ଅସମୟ ସମୟରେ ଅସହାୟଙ୍କ ପାଖକୁ ପହଞ୍ଚିବା ମଣିଷର ଧର୍ମ:-ମହେନ୍ଦ୍ର ବଢେଇ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୨୦/୦୫): ସଂପ୍ରତି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ରେ ମହାମାରୀ କରୋନା କାୟା ବିସ୍ତାର କରିଛି | ଏଇ ପଞ୍ଚାୟତ ର ଲହଙ୍ଗୀର ଗ୍ରାମ କରୋନାର ସଂକ୍ରମଣରେ ଲାଲ ସଂକେତରେ ଥିବା ନେଇ ବିଭିନ୍ନ ପ୍ରିଣ୍ଟ ମିଡିଆ,ଓ୍ୱେବ ଚେନାଲରେ ପ୍ରସାରିତ ଖବର ଜାଣିବା ପରେ ପଦ୍ମପୁର ଅଞ୍ଚଳରେ ଯାଉଥିବା ଟାଲ ଗ୍ରାମର ଉଦାର ମନୋଭାବ ପରୋପକାରୀ ବ୍ୟକ୍ତି ବିଶେଷ ଯେ’କି ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ବର୍ତ୍ତମାନ ଡେଲାଙ୍ଗରେ ତହସିଲଦାର ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ସେ, ପଦ୍ମପୁର ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ଯୁବକ ମାନଙ୍କ ମାଧ୍ୟମରେ ନିଜେ ପଠାଇଥିବା ରାସନ୍ ସାମଗ୍ରୀ, ଅକ୍ସିଜେନ ସିଲିଣ୍ଡର, ଓୈାଷଧ ମାକ୍ସ ,ଅକ୍ସିମିଟର ଇତ୍ୟାଦି ପଠାଇ ଲହଙ୍ଗୀର ଗ୍ରାମ ର ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି |

ଏପରିପ୍ରେକ୍ଷୀରେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବରିହା ଙ୍କ ହସ୍ତରେ ଲହଙ୍ଗୀର ଗ୍ରାମ ପାଇଁ ଏକ ଅକ୍ସିଜେନ ସିଲିଣ୍ଡର,ଅକ୍ସିମିଟର ପ୍ରଦାନ କରିଥିବା ବେଳେ, ନିଃସହାୟ ଙ୍କୁ ଚିହ୍ନଟ କରି ସମୁଦାୟ ୩୦ ଟି ପରିବାର ଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା | ଏ ଅବସରରେ ସ୍ୱେଚ୍ଛାସେବୀ ସର୍ବଶ୍ରୀ:-ଟାଇଲ ଚନ୍ଦ୍ର ଭୋଇ,ଧିରେନ ବିଶ୍ୱାଳ,ଜ୍ୟୋତିକାନ୍ତ ସାହୁ,ମୁକେଶ ବେରିଆ, ସୁଶାନ୍ତ ପ୍ରଧାନ, ଗୁଣନିଧି ଅମରୀ, ବରିଷ୍ଠ ଶିକ୍ଷକ ଚିତାନନ୍ଦ ସାହୁ, ଶିକ୍ଷକ ଘନଶ୍ୟାମ ପ୍ରଧାନ, ଶିକ୍ଷକ ନରୋତ୍ତମ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଅଁଏଲାବତୀ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ରେ ସମାପନ ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ | ଶେଷ ରେ କରୋନା ରୋଗୀ ମାନଙ୍କ ପାଇଁ ଆଗକୁ ଆଖି ଆଗରେ ରଖି ୫୦୦ ଜଣଙ୍କ ପାଇଁ ଔଷଧ ମହଜୁଦ ରହିଲା ବୋଲି ବିଭିନ୍ନ ପ୍ରକାରର ଔଷଧ ଅଙ୍ଗନବାଡ଼ି କର୍ମୀ ଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା | ଗାଁ କୁ କରୋନା ଠାରୁ ଜିରୋ ମୁକ୍ତ ଅଞ୍ଚଳ କରିବା ନେଇ ଶ୍ରୀମାନ ବଢ଼େଇ ପଠାଇଥିବା ସେନିଟ୍ରାଇଜର୍ ଲିକ୍ୟୁଡ୍ ଲହଙ୍ଗୀର ଗ୍ରାମ କେତେକ ସ୍ବେଚ୍ଛାସେବୀ ଯୁବକ ମାନେ ମେସିନ ସାହାଯ୍ୟରେ ଗାଁ ରେ ସ୍ପ୍ରେ କରିଥିଲେ | ଲୋକଙ୍କୁ ସଚେତନ ରହିବାକୁ ଆସିଥିବା ସ୍ୱେଚ୍ଛାସେବୀ ବଂଧୁ ମାନେ ପରାମର୍ଶ ପ୍ରଦାନ କରିଥିଲେ | ଏ ଭଳି ସମୟ ରେ ଲହଙ୍ଗୀର ଗ୍ରାମ କୁ ସହଯୋଗ କରିଥିବାରୁ ଶ୍ରୀଯୁକ୍ତ ମହେନ୍ଦ୍ର ବଢ଼େଇ ଙ୍କୁ ଗାଁ ରେ ପ୍ରଶଂସା କରିବାରେ ଲାଗିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: