ସ୍ବର୍ଗତ ଜିତେନ୍ଦ୍ର କୁମାର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଲେ ଓକିଲ ସଂଘ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୧୯/୦୫): ୧୮ତାରିଖ ସକାଳ ୯.୩୦ ମିନିଟରେ ରାୟଗଡା ଓକିଲ ସଂଘର ସଭ୍ୟ ସ୍ବର୍ଗତ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ଜିତୁ ମହାପାତ୍ର ଜଣେ ଓକିଲ, ନୋଟାରି, ରାୟଗଡା ମୁନିସିପାଲିଟି ର ପୂର୍ବତନ କାଉନସିଲର ଏବଂ ଜଣେ କଳାକାର ମଧ୍ୟ୍ୟ ଥିଲେ ସ୍ବର୍ଗତ ଜିତୁ ମହାପାତ୍ର କରୋନା ରେ ପୀଡିତ ହୋଇ ଭୁବନେଶ୍ୱରର ସୋମ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏବଂ ଗତକାଲି ଅର୍ଥାତ ୧୭ ତାରିଖ ସନ୍ଧ୍ୟାରେ ମୃତ୍ୟୁବରଣ କରିଛନ୍ତି ।

କରୋନା କାଳରେ ରାୟଗଡା ଓକିଲ ସଂଘର ସଭ୍ୟ ଶ୍ରୀନିବାସ ପଟନାୟକ, ପ୍ରତାପ ଚନ୍ଦ୍ର ଦାସ, ରାଜେଶ ପାଉଲ, ଜଗନ୍ନାଥ ପଟନାୟକ ସହଦେଵ ଚୌଧୁରୀ, ମହେଶ୍ୱର ରାଓ ଆଦି ଓକିଲ ଙ୍କ ଦେହାନ୍ତ ହୋଇଛି । ସ୍ବର୍ଗତ ଜିତୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କୋଭିଡ ନିୟମ ମୁତାବକ ରାୟଗଡ଼ା ଓକିଲ ସଂଘର ସଭାପତି ଶ୍ରୀ V. S ରାଜୁ, ସମ୍ପାଦକ ଜଗନ୍ନାଥ ଦୋରା, କୋଷାଧ୍ୟକ୍ଷ ମାନସ ରଞ୍ଜନ ରଥ, ବରିଷ୍ଟ ଓକିଲ ବ୍ରଜ ସୁନ୍ଦର ନାୟକ, Ch. ଶ୍ରୀନିବାସ ରାଓ, ସଚ୍ଚିଦାନନ୍ଦ ଖାଡଙ୍ଗା, ରାମକୃଷ୍ଣ ପଣ୍ଡା, ଅରୁଣ କୁମାର ପାଣିଗ୍ରାହୀ, ୱାଇ. ଶ୍ରୀହରୀ ରାଓ,ବିନାୟକ କର, ମନୋଜ କୁମାର ରଥ, ରମାକାନ୍ତ ଜେନା, ରାଜେଶ କୁମାର ପାତ୍ର, ମହେଶ ପଟ୍ଟନାୟକ, ମଙ୍ଗଳ ମୂର୍ତ୍ତି ବେଉରିଆ, ରଜତ ରଞ୍ଜନ ଖଟୁଆ, ବିଶ୍ଵନାଥ ଗନ୍ତାୟତ, ରାଧା କୃଷ୍ଣ ଦଳେଇ, ଲାବଣ୍ୟ ମୋହନ ପଟ୍ଟନାୟକ ସମେତ ଅନ୍ୟ ଓକିଲ ମାନେ ଉପସ୍ଥିତ ଥିଲେ ଓ ମୃତାତ୍ମା ଙ୍କ ସଦଗତି ନିମନ୍ତେ ସନ୍ଧ୍ୟା 6 ଘଣ୍ଟା ସମୟ ରେ ରାୟଗଡ଼ା ଜିଲ୍ଲା କୋର୍ଟ ପରିସର ମଧ୍ୟରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: