ସର୍ଗିଡାଙ୍ଗୁ ଗ୍ରାମକୁ ମାଇକ୍ରୋ କଣ୍ଟେନମେଟ ଜୋନ ଭାବେ ଘୋଷଣା କଲା ବ୍ଲକ ପ୍ରଶାସନ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୧୮/୦୫): ଆଜି ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ମଧୁବନ ଗ୍ରାମପଞ୍ଚାୟତ ସର୍ଗିଡାଙ୍ଗୁ ଗ୍ରାମକୁ ଗତକାଲି ମାଇକ୍ରୋ କଣ୍ଟେନମେଟ ଜୋନ ଭାବେ ଘୋଷଣା କଲା ବ୍ଲକ ପ୍ରଶାସନ | ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡାରି ପକ୍ଷରୁ କେବଳ ପାରାସିଟାମଲ ଓ ଭିଟାମିନ ଔଷଧ ପ୍ରଦାନ କରିଥିବା ସୂଚନା ମିଳିଥିଲା |

ଗ୍ରାମବାସୀ ଖାଦ୍ୟପେୟ କଥା ପଚାରି ବୁଝିବାରୁ ପ୍ରଶାସନ ରୋକଠୋକ ମନା କରିଥିବା ସୂଚନା ମିଳିଥିଲା | ଗ୍ରାମବାସୀଙ୍କ ଅସହାୟତା ଦେଖି ଆଜି ଗୁଡାରିର ଯୁବନେତା କେ:ରାମକ୍ରୀଷ୍ଣା ଗ୍ରାମବାସୀଙ୍କୁ ନୈତିକ ବ୍ୟବହାର ସାମଗ୍ରୀ ଏକ ବସ୍ତା ଆଳୁ, ଏକ ବସ୍ତା ପିଆଜ,ବାଇଗଣ ଏକ ପକେଟ, ବନ୍ଧାକୋବି ଏକ ପକେଟ ୬୦ ଟି ସାବୁନ, ୬୦ ଟି ବିସ୍କୁଟ, ୨୫୦ ମାସ୍କ, ସାନିଟାଇଜ, ଦେଇ ସହଯୋଗର ହାତ ବଢ଼ାଇଥିଲେ | ସୂଚନା ଥାଉକି ଗତ ୧୨-୦୫-୨୦୨୧ ତାରିଖରେ ସର୍ଗିଡାଙ୍ଗୁ ଗ୍ରାମର ୨୯ ଜଣଙ୍କ ଆର ଟି ପି ସି ଆର ଟେଷ୍ଟ କରାଯାଇଥିବା ବେଳେ ଗତ ଦୁଇଦିନ ତଳେ ୨୨ ଜଣଙ୍କ ପୋଜେଟିଭ ଥିବା ଜଣାପଡିଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: