୯୫ ଜଣଙ୍କୁ କରୋନା ପରୀକ୍ଷା ସହ ୯୨ ଜଣଙ୍କୁ କରୋନା ଟିକା ପ୍ରଦାନ, ଘର ଘର ବୁଲି ସଚେତନତା କରୁଛନ୍ତି ଆଶା ଏବଂ ଅଙ୍ଗନବାଡି କର୍ମୀ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୩ /୦୬): ବଲାଙ୍ଗିର ଜିଲ୍ଲା  ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଭାରପ୍ରାପ୍ତ ଅଧିକାରୀ ଡାକ୍ତର  ସଂଗ୍ରାମ କେଶରୀ ନାୟକ ଙ୍କ ତତ୍ୱାବଧାନରେ ଗୁରୁବାର ଦିନ ୯୫ ଜଣଙ୍କୁ କରୋନା ପରୀକ୍ଷା କରିଥିବାବେଳେ ୯୨ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବିପିଏମ ଅମିୟ ରାଜପଲିଆ ସୂଚନା ଦେଇଛନ୍ତି |

ଲୋକମାନେ କୋଭିଡ ନିୟମ ମାନି ଧାଡିରେ ଛିଡା ହୋଇ ଟେଷ୍ଟ କରୁଥିବା ଦେଖାଯାଇଛି | ତା ସହିତ କରୋନା ଟିକା ନେବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ଟିକା ନେଉଥିବା ଦେଖିବାକୁ ମିଲିଛି | କମଲ ମେହେର ଏବଂ ଜ୍ୟୋଷ୍ଣା ଭୋଇ କରୋନା ପରୀକ୍ଷା କରିଥିବାବେଳେ କରୋନା ଟିକା ମିଥୁନ ଛୁରା ଓ ଉପାସି ବିଶ୍ୱାଳ ଦେଇଥିଲେ | ଆଶା ଓ ଅଙ୍ଗନବାଡୀ କର୍ମୀ ଲ ଘରକୁ ଘର ବୁଲି ସଚେତନତା କରିବା ସହିତ କରୋନା ଟିକା ନେବାପାଇଁ ଲୋକଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଲିଛି |

Welcome to Odisha News24

error: Content is protected !!
%d bloggers like this: