୯୫ ଜଣଙ୍କୁ କରୋନା ପରୀକ୍ଷା ଓ ୨୨ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା୨/୦୬): ବଲାଙ୍ଗିର ଜିଲ୍ଲା  ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଭାରପ୍ରାପ୍ତ ଅଧିକାରୀ ଡାକ୍ତର  ସଂଗ୍ରାମ କେଶରୀ ନାୟକ ଙ୍କ ତତ୍ୱାବଧାନରେ ବୁଧବାର ଦିନ ୯୫ ଜଣଙ୍କୁ କରୋନା ପରୀକ୍ଷା କରିଥିବାବେଳେ ୨୨ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବିପିଏମ ଅମିୟ ରାଜପଲିଆ ସୂଚନା ଦେଇଛନ୍ତି |

ଲୋକମାନେ କୋଭିଡ ନିୟମ ମାନି ଧାଡିରେ ଛିଡା ହୋଇ ଟେଷ୍ଟ କରୁଥିବା ଦେଖାଯାଇଛି | ଯେଉ ମାନଙ୍କର ଲକ୍ଷଣ ଅଛି ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଯାଇ ପରୀକ୍ଷା କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି | କମଲ ମେହେର ଏବଂ ଜ୍ୟୋଷ୍ଣା ଭୋଇ କରୋନା ପରୀକ୍ଷା କରିଥିବାବେଳେ କରୋନା ଟିକା ମିଥୁନ ଛୁରା ଓ ଉପାସି ବିଶ୍ୱାଳ ଦେଇଥିଲେ | ଆଶା ଓ ଅଙ୍ଗନବାଡୀ କର୍ମୀ ଲ ଘରକୁ ଘର ବୁଲି ସଚେତନତା କରିବା ସହିତ କରୋନା ଟିକା ନେବାପାଇଁ ଲୋକଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଲିଛି |

Welcome to Odisha News24

error: Content is protected !!
%d bloggers like this: