୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ, ଟିଟିଲାଗଡ଼

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ,ତା୨୭-୦୧: ଟିଟିଲାଗଡ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କୋଭିଡ୍ କଟକଣା ନିୟମ ଅନୁଯାୟୀ ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତି ଓ କର୍ମକର୍ତ୍ତା ଉକ୍ତ ବିଭାଗ ତରଫରୁ ସକାଳ ୪ଟା୩୦ ମିନିଟ ସମୟରେ ରାମଧୂନ ପରିବେଷଣ କରାଯାଇଥିଲା ।

ସେହିପରି ସକାଳ ୭ଟା୩୦ ମିନିଟ ସମୟରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଗୁଡ଼ିକ ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । କୋଭିଡ-୧୯ ଗାଇଡ଼ ଲାଇନ ଓ ଗୃହ ବିଭାଗ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ପୌର ଓ ପୁଲିସ ବିଭାଗ ର ୬୫ଜଣ କୋଭିଡ ଯୋଧ୍ୟା ଙ୍କୁ ସମ୍ମାନ ର ସହ ଆସନ ଦିଆଯାଇଥିଲା । ପରେଡ଼ ପଡ଼ିଆରେ ଗୃହରକ୍ଷୀ ବିଭାଗ ର ଦୁଇ ପ୍ଲାଟୁନ ଜାତୀୟ ପତାକା କୁ ସମ୍ମାନ ଜଣାଇ ମୁଖ୍ୟ ଅତିଥି ଙ୍କୁ ସେଲ୍ୟୁଟ ଜଣାଇଥିଲେ । ପତାକା ଉତ୍ତୋଳନ ପରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ମୁଖ୍ୟ ଅତିଥି ଙ୍କ ଉପସ୍ଥିତ ରେ ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ଗୁଡ଼ିକ ରେ ସାମୁହିକ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ସହରାଞ୍ଚଳ ର ସ୍ୱଚ୍ଛତା ସଚେତନତା ପାଇଁ ମିନି ଷ୍ଟାଡିୟମରେ, ଖଲିଅପଡା,ମୁଡାବନ୍ଦ,ଗୋରୁବଜାର,କୁମୁଡ଼ା ପାହାଡ଼ ସ୍ଥିତ ଶିବ ମନ୍ଦିର,ମାଲ ଗୋଦାମ ପଡା,ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ପରି ପ୍ରମୁଖ ସ୍ଥାନରେ ସଫେଇ କରାଯାଇଥିଲା ।ଏହି ସାମୂହିକ ସଫେଇ କାର୍ଯ୍ୟକ୍ରମ ରେ ଟିଟିଲାଗଡ ର ବଣିକ ସଙ୍ଘ,ରାଏମନ ଫାଉଣ୍ଡେସନ,ମାରଉଆଡ଼ି ଜୁବାମଞ୍ଚ,ସତ୍ୟସାଇ ସେବା ସମିତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ୱାର୍ଡ କୁ ମୁଖ୍ୟ ଅତିଥି ଶ୍ରୀ ଉପାଧ୍ୟାୟ,ଏସଡିପିଓ ସୁରେନ୍ଦ୍ର ନାଥ ସତପଥି,ପରିମଳ ଅଧିକାରୀ ସୁଭସ୍ମିତା ଧଳ,ତଥା ଏସ ଡି ପି ଆର ଓ ଶ୍ରୀ ମନୋଜ କୁମାର ବେହେରା ଏବଂ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଏହା ପରେ ଉପସ୍ଥିତ କୋଭିଡ୍ ଯୋଦ୍ଧା, ପୋଲିସ ବାହିନୀ, ଗଣମାଧ୍ୟମ ଓ ଅନୁପସ୍ଥିତ ସହର ବାସୀଙ୍କୁ ତାଙ୍କ ଉଦ୍ଧେଶ୍ୟରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ଖେଳପଡ଼ିଆ ପରିସରରେ ସତ୍ୟ ସାଇ ସେବା ସମିତିର ସଭ୍ୟ ମାନଙ୍କ ସହ, ମିନି ଷ୍ଟାଡିୟମରେ ବଣିକ ସଂଘର ସଦସ୍ୟ , ସର୍ଗିଗୁଡ଼ା ରାମ ମନ୍ଦିର ପାଖରେ ମାରୱାଡ଼ି ଯୁବା ମଞ୍ଚ ର ସଦସ୍ୟ ସହ, ମୁଡ଼ା ବନ୍ଧ ପାଖରେ ନାରୀ ସଂଗଠନ ସହ, କୁମୁଡ଼ା ପାହାଡ ପାଖରେ କୁମୁଡ଼ା ପାହାଡ ସୁରକ୍ଷା ସମିତି ସହ, ଗୋରୁବଜାର ପଡାରେ ଟିଟିଲାଗଡ ବିକାଶ ସେନା ସହ ସର୍ବ ସାଧାରଣ ସ୍ଥାନ ମାନଙ୍କରେ ସହର ବାସୀଙ୍କ ସହ ଶ୍ରମଦାନ କାର୍ଯ୍ୟକ୍ରମ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହା ସହ ସାଧାରଣ ଜନତାଙ୍କୁ ରାସ୍ତା ଉପରେ କିମ୍ବା ନାଳରେ ଅଳିଆ ଆବର୍ଜ୍ଜନା ନ ପକାଇ ଆବର୍ଜ୍ଜନା ସଂଗ୍ରହ ଗାଡ଼ିରେ ପକାଇବା ପାଇଁ ଅନୁରୋଧ କରିଥିଲେ । ଟିଟିଲାଗଡକୁ ସ୍ୱଚ୍ଛ ଟିଟିଲାଗଡରେ ପରିଣତ କରିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: