୭ଟି ବୃହତ ରେଳପ୍ରକଳ୍ପ ପାଇଁ ସରକାରୀ ଜମି ଅଧିଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୧୩-୧୨): ଭାରତୀୟରେଳ ପ୍ରକଳ୍ପ ଅନୁଯାୟୀ ସମସ୍ତ ସରକାରୀ ଓ ବିବାଦ ମୁକ୍ତ ଜମି ଆଗୁଆ ଅଧିଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ପ୍ରକଳ୍ପର ତୃଣମୂଳ ସ୍ତରରୁ ତଦାରଖ କରିବାକୁ କାର୍ଯ୍ୟଖସଡା ପ୍ରସ୍ତୁତ ପାଇଁ ପରାମର୍ଶ ଦିଆଯାଇଛି । ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୭ଟି ବୃହତ ପ୍ରକଳ୍ପ ବିଷୟରେ ଉଚ୍ଚସ୍ତରୀୟ ବୈଠକର ସମୀକ୍ଷା କରାଯାଇଥିଲା ।

ଏହି ୭ଟି ପ୍ରକଳ୍ପ ଗୁଡିକ ହେଉଛି – ୩୫୫୦ କୋଟି ଟଙ୍କାର ଖୋର୍ଦ୍ଧା-ବଲାଙ୍ଗୀର ନୂଆ ବ୍ରଡଗେଜ ୨୮୯ କି.ମି ରେଳଲାଇନ, ୬୭୯.୨୭ କୋଟି ଟଙ୍କାର ସମ୍ବଲପୁର-ତାଳଚେର ୧୭୪.୧୧ କି.ମି ରେଳଲାଇନ, ୨୫୭୫ କୋଟି ଟଙ୍କାର ୨୬୪.୬ କି.ମି ବିଜୟନଗରମ୍-ସମ୍ବଲପୁର ତୃତୀୟ ରେଳଲାଇନ, ୧୧୭୩ କୋଟି ଟଙ୍କାର ବୁଢାପଙ୍କ-ସାଲେଗାଁ ୧୭୦ କି.ମି ତୃତୀୟ ଏବଂ ୪ର୍ଥ ରେଳଲାଇନ,୧୧୭୩ କୋଟି ଟଙ୍କାର ୧୦୧ କି.ମି ରାଉରକେଲା-ଝାରସୁଗୁଡା ୩ୟ ରେଳଲାଇନ, ୬୩୮.୫ କୋଟି ଟଙ୍କାର ୯୮.୭ କି.ମି ଅନୁଗୋଳ-ସୁକିନ୍ଦା ନୂଆ ରେଳଲାଇନ ଏବଂ ୮୧୦.୭୮ କୋଟି ଟଙ୍କାର ୧୫୫ କି.ମି ତାଳଚେର-ବିମଳାଗଡ ନୂତନ ରେଳଲାଇନ । ଜମି ମାଲିକଙ୍କୁ କ୍ଷତିପୂରଣ, ସରକାରୀ ଜମି ହସ୍ତାନ୍ତରୀକରଣ ଭଳି ବିଭିନ୍ନ ବିଷୟରେ ଆଲୋଚନା ସହ ପଦକ୍ଷେପ ନିଆଯାଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ ଶାସନ ସଚିବ ମୋନା ଶର୍ମା, ପୂର୍ବତଟ ରେଲୱେ ମୁଖ୍ୟ ଶାସକ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: