୫ ଖଣ୍ଡ ଗ୍ରାମବାସୀ ହାତୀପଲକୁ ଦେଖି ଭୟଭୀତ, ହେଲେ ବନବିଭାଗ ଚୁପ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା ୨୦-୫-୨୧ରିଖ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଗୁଗୁରୁମାଣ୍ଡି ଗ୍ରାମବାସୀ ହାତୀଦେଖି ଭୟଭୀତ ହୋଇଥିବା ଜଣାପଡିଛି । ଆଜି ପ୍ରାୟ ୨୦ ପଟ ହାତୀ ରାତ୍ର ୯ଟା ସମୟରେ ଗୁଗୁରୁମାଣ୍ଡି ଗାଁମୁଣ୍ଡ ନିକଟ ଆମ୍ବ ତୋଟାକୁ ଆସି ଆମ୍ବ ଖାଇବା ପରେ ପେଡିଦର ଗାଁ ଚାରି ପଟେ ବୁଲାବୁଲି କରି ଗୁଗୁରୁମାଣ୍ଡି ଗାଁ ଦେଇ କାବଡାଲହା ପାହାଡ଼ର ଝରଣା ଠାରେ ବସା କରିଥିବା ଜଣାପଡ଼ିଛି।

ଏହିପରି କୁଆଙ୍ଗ, ମୁତୁକୁଣୀ, ପେଡିପଦର, କଳାହାଣ୍ଡି ଜିଲ୍ଲାର ସିଲେଟ ପଞ୍ଚାୟତର ସରମାଣ୍ଡି ଅଞ୍ଚଳରେ ବୁଲାବୁଲି କରି ଆମ୍ବ , ପଣସ ଖାଇବା ସହ ଗଛ ଉପଡା ଉପୁଡିକରି,ନିକଟରେ ଥିବା କାବଡାଲାହା ପାହାଡ଼କୁ ଚାଲି ଯାଉଥିବା ଗ୍ରାମବାସୀ କହିଛନ୍ତି । ଆଜି ଗ୍ରାମର କିଛି ଯୁବକ ମାନେ ଆମ୍ବ ଗୋଟାଇବା, ଜାଳେଣି କାଠ ସଂଗ୍ରହ, ଡଙ୍ଗର ଚାଷ ଓ ଡଙ୍ଗର ସାଫା କରିବାକୁ ଯାଉଥିବା ବେଳେ ହାତୀ ପୋଲ କୁଦେଖି ଭୟଭୀତ ହୋଇ ଘରକୁ ଫେରିଛନ୍ତି । ସେଥିରେ ପ୍ରାୟ ୩ଟି ଦନ୍ତା,୪ଟି ଛୁଆ ସମେତ ୧୩ଟି ମୋଟ ୨୦ଟି ହାତୀ ପୋଲ କୁ ଦେଖିଛନ୍ତି । ଏସମ୍ପର୍କରେ ବନବିଭାଗକୁ ଜଣାଇଲେ ମଧ୍ୟ କେହି ହେଲେ ଆସୁ ନାହାଁନ୍ତି ବୋଲ ଗ୍ରାମବାସୀ ଡ୍ରିକା କୁନାକା, ମଙ୍ଗୁଲୁ ହୁଇକା, ଲାକି କୁନାକା,ରବି କୁନାକା, ରାଇସିଙ୍ଗି କୁନାକା, କମ୍ବୁଲୁ ହୁଇକା, ପୁଲୁ ୱାଡକା, ବାଲି କୁନାକା, ପୂର୍ଣ କୁନାକା ପ୍ରମୁଖ କହିଛନ୍ତି । ଅନ୍ୟ ପଟେ ବନବିଭାଗ କୁ ପଚାରିଲେ ଆମପାଖରେ ବହୁତ ଦିନ ହେବ ଖବର ଅଛି। ହାତୀ ଘଉଡାଇବା ଦଳକୁ ପଠାଉଛୁ ବୋଲି କହୁଥିବା ବେଳେ ଗ୍ରାମବାସୀ କେହି ଆସୁନଥିବା କହିଛନ୍ତି । ଏସମ୍ପର୍କରେ ବନବିଭାଗର ବନପାଳ ନରେଶକୁମାର ପଟ୍ଟନାୟକ ଙ୍କୁ ପଚାରିବାରୁ ସେ କହିଲେ ସବୁଦିନ ଆମ ହାତୀ ଘଉଡାଇବା ଦଳ ଯାଉଛନ୍ତି । କିନ୍ତୁ ହାତୀ ଦେଖି ପାରି ନାହାନ୍ତି ବୋଲି ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: