ସାଧାରଣ ଜନତାଙ୍କ ସ୍ୱର

୫ଟି ସରକାର ଯୋଗୁଁ ଉପକୃତ ହେଉଛନ୍ତି ସାଧାରଣ ଲୋକେ, ଆଗକୁ ଜାରି ରହିବ ଯୋଜନା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର, ତା୦୩-୦୨): ବର୍ତ୍ତମାନ ରାଜ୍ୟରେ ୫ଟି ଏବଂ ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାଫଳରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସୁବିଧା ସୁଯୋଗ ଲୋକଙ୍କ ପାଖକୁ ପହଂଚିବା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ଏହାପରେ ମଧ୍ୟ ସଚେତନତାର ଘୋର ଅଭାବ ଯୋଗୁଁ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ୨୦୧୯ ମସିହାରେ ଜଣେ ମହିଳା ସ୍ୱେଚ୍ଛାସେବୀ ସ୍ୱତଃସ୍ପୁର୍ତ୍ତ ଭାବେ ଆଗେଇ ଆସିଥିଲେ ଲୋକଙ୍କ ସମସ୍ୟା ଗୁଡିକୁ ସରକାରଙ୍କ ପାଖେ ପହଂଚାଇ ସଫଳତା ହାସଲ କରିବାକୁ ଲାଗିଲେ । ପର୍ଯ୍ୟାୟ କ୍ରମେ ସେ ସମଗ୍ର ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ । ଉକ୍ତ ଯୁବତୀ ଜଣକ ହେଉଛନ୍ତି ଦୀପା ବାରିକ । ସେ ସାମାଜିକ ଗଣମାଧ୍ୟମ ଟୁଇଟର୍‌ ମାଧ୍ୟମରେ ଗତ ଦୁଇବର୍ଷ ମଧ୍ୟରେ ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହୋଇ ପାରିଛନ୍ତି ।144489595 2866502476925260 6996227277234273951 n

ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସମସ୍ୟାର ସମାଧାନ କରିଛନ୍ତି ସେ, ଯାହାଦ୍ୱାରା ସମାଜର ବହୁବିଧ ଉନ୍ନତି ସାଧିତ ହୋଇପାରିଛି । ସେ ପ୍ରତ୍ୟେକ ଦିନ ଭୋର୍‌ରୁ ଉଠି ଓଡ଼ିଶାର ସମସ୍ତ ଲୋକଙ୍କ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥା’ନ୍ତି ଏବଂ ତାହା ସମାଧାନ ହେବା ପରେ ଫେସ୍‌ବୁକ ମାଧ୍ୟମରେ ଲୋକଙ୍କ ସଚେତନତା ଉଦ୍ଦେଶ୍ୟରେ ପୋଷ୍ଟ କରିଥାନ୍ତି । ସମ୍ପ୍ରତି ନାରୀ ଆଉ ଚାରିକାନ୍ଥ ଭିତରେ ଆବଦ୍ଧ ନ ରହି ପୁରୁଷଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ରରେ ମଧ୍ୟ ତାଳମେଳ ରକ୍ଷା କରି ଆଗକୁ ବଢୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ଏହାସତ୍ତେ୍ୱ ସମାଜରେ ସମ୍ମାନର ସହ ବଂଚିବାକୁ ସେ ସଂଘର୍ଷ ଜାରି ରଖିଛି । କିଏ କହେ ନାରୀ ଦୁର୍ବଳା ଓ ଅବଳା । ଆଉ କିଏ କହେ ନାରୀ ଜୀବନ ଚୁଲିମୁଣ୍ଡକୁ । ହେଲେ ଏସବୁକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବରଗଡ ଜିଲା ପାଇକମାଲ ବ୍ଲକ ଟେମରୀ ଗ୍ରାମର ଦୀପା ଓରଫ ଚାରୁବାଳା ବାରିକ ।

ଦୀପାଙ୍କ ବାପା ଅମୃତଲାଲ ବାରିକ ଜଣେ ଚାଷୀ ଏବଂ ମା’ ସୁଷମା ଜଣେ ଅଙ୍ଗନୱାଡି କର୍ମୀ । ଘରେ ତାଙ୍କର ଜଣେ ବଡଭାଇ ଅଛନ୍ତି । ଏହାଛଡା ତାଙ୍କ ସାନ ମା’ ଅନ୍ନପୂର୍ଣ୍ଣା ବାରିକ ଆଶା କର୍ମୀ ଭାବେ କାର୍ଯ୍ୟରତ । ଦୀପା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ସ୍ନାତକୋତ୍ତର କରିଛନ୍ତି । ମଧ୍ୟବିତ୍ତ ପରିବାରର ଦୀପା ବାରିକ ବର୍ତ୍ତମାନ ଓଡିଶା ସରକାର ତଥା ଜିଲା ପ୍ରଶାସନ ନିକଟରେ ଏକ ପରିଚିତ ନାଁ । ପ୍ରତ୍ୟେକ ଜିଲାର ଅସହାୟ ଦୁଃଖୀଙ୍କୁ ସହାୟତା ପାଇଁ ତତ୍ପରତା ପ୍ରକାଶ କରି ପ୍ରତିଦିନ ସରକାରଙ୍କଠାରେ ସେମାନଙ୍କ ସମସ୍ୟାକୁ ଉତ୍‌ଥାପନ କରୁଛନ୍ତି । ଗରିବଙ୍କ ହକ୍‌ ପାଇଁ ଲଢେଇ କରୁଥିବାରୁ ଦୀପା ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ହାଇସ୍କୁଲରେ ପଢିବା ସମୟରେ ଏକ ଅସହାୟ ପରିବାରର ଦୁଃଖ ଦୁର୍ଦ୍ଦଶା ଦେଖି ସେମାନଙ୍କ ହକ୍‌ର ଲଢେଇ ପାଇଁ ପ୍ରେରଣା ପାଇଥିବା ଦୀପା କୁହନ୍ତି । ବର୍ତ୍ତମାନ ନିଜର ପ୍ରବଳ ଇଛାଶକ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ମୁହଁରେ ସେ ହସ ଫୁଟାଇ ପାରିଛନ୍ତି । ବାପା ମା’ଙ୍କ ସଂସ୍କାର ତଥା ସହଯୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ସମାଜକୁ ନୂତନ ବାର୍ତ୍ତା ଦେଉଛନ୍ତି ଦୀପା । ଲୋକଙ୍କ ଆଲୋଚନା ସମାଲୋଚନାକୁ ଖାତିର ନ କରି ସେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ହେଉ କି ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଶୁଣାଣି ପ୍ରକୋଷ୍ଠ ହେଉ ସହସ୍ରାଧିକ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଏବଂ ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି ।
କେବଳ ଅସହାୟଙ୍କୁ ସହାୟତା କରିବାରେ ସୀମିତ ନ ରହି ଦୀପା ଅଂଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ଗଣମାଧ୍ୟମରେ ବାହାରୁଥିବା ବିଭିନ୍ନ ଅଂଚଳର ଖବରକୁ ସେ ଟୁଇଟ୍‌ କରି ରାଜ୍ୟ ସରକାର ଓ ଜିଲା ପ୍ରଶାସନର ଦୃଷ୍ଟିକୁ ଆଣୁଛନ୍ତି । ତାଙ୍କର ଏଭଳି ଦୃଷ୍ଟିଭଙ୍ଗୀ ଯୋଗୁଁ ଟେମରୀ ଗ୍ରାମର କୌଣସି ବ୍ୟକ୍ତି ସାମାଜିକ ସୁରକ୍ଷା ଯୋଜନାରୁ ବଂଚିତ ହୋଇ ରହିନାହାନ୍ତି । ବରଗଡ ଜିଲା ଛଡା ସେ ବଲାଙ୍ଗିର, କୋରାପୁଟ, ରାୟଗଡା, ବୌଦ୍ଧ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲାର ଅନେକ ସମସ୍ୟାର ସମାଧାନ କରିପାରିଛନ୍ତି । ସେ ଆଗାମୀ ଦିନରେ ଜଣେ ଶିକ୍ଷୟିତ୍ରୀ ହୋଇ ସମାଜରେ ଭଲ ମଣିଷ ଗଢିବା ପାଇଁ ମନସ୍ଥ କରିଛନ୍ତି । ତାଙ୍କର ଏଭଳି ସମାଜସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ।

Welcome to Odisha News24

%d bloggers like this: