୪.୯୨ ଲକ୍ଷ ଫେରାଇ ଆଣିଲା ସାଇବର ସେଲ୍:୧୦ ଟଙ୍କା ରିଚାର୍ଯ୍ୟ କରିବାକୁ କହି ୫ ଲକ୍ଷ ଠକେଇ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୨/୦୫): ଠକାମୀର ଶିକାର ହୋଇଥିବା ଜଣେ ବୃଦ୍ଧଙ୍କ ଆକାଉ କୁ ଫେରିଛି ୪ ଲକ୍ଷ ୯୨ ହଜାର ଟଙ୍କା । ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି ଭୁବନେଶ୍ୱର ସାଇବାର ସେଲ । ରବି ନାରାୟଣ ମିଶ୍ର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମୋବାଇଲ ରିଚାର୍ଜ ପାଇଁ କଲ କରି ଆପ ଡାଉନ ଲୋଡ ମାଧ୍ୟମରେ ୫ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଏନେଇ ସେ ସାଇବର ସେଲରେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । ଗୋଲଡେନ ଆୱାର ଭିତରେ ଅଭିଯୋଗ ହେବା ପରେ ତଦନ୍ତ କରିଥିଲା ୟୁପିଡ଼ି ଭୁବନେଶ୍ୱରର ସାଇବର ସେଲ । ପରେ ୪ ଲକ୍ଷ ୯୨ହଜାର ଟଙ୍କା ତାଙ୍କ ଏକାଉଣ୍ଟକୁ ଫେରସ୍ତ କରାଯାଇଛି ।

ସୂଚନା ଅନୁଯାୟୀ, ରବିଙ୍କୁ ପ୍ରଥମେ ସିମ୍ ଭେରିଫକେସନ୍ ପାଇଁ ଗତ ୧୬ ତାରିଖରେ ଏକ କଲ ଆସିଥିଲା । ପରେ ଡକୁ୍ୟମେଣ୍ଟ ଭେରିଫିକେସନ୍ ନ କଲେ ସିମ୍ ବନ୍ଦ ହୋଇଯିବ ବୋଲି କହିଥିଲେ । ସେ ଅଫିସକୁ ଯାଇ ଭେରିଫିକେସନ ପାଇଁ କରିବାକୁ କହିଥିଲେ ମଧ୍ୟ ସାଇବର ଠକ ଅନଲାଇନରେ ଭେରିଫିକେସନ୍ ପାଇଁ କହିଥିଲେ । କରୋନା ସମୟରେ ଅଫିସକୁ ଆସିବାକୁ ବାରଣ କରାଯାଇଛି ବୋଲି ସାଇବର ଠକ କହିଥିଲେ । ପରେ ତାଙ୍କୁ କୁଇକ୍ ମୋବାଇଲ ସପୋର୍ଟ ଆପ୍ ଡାଉନଲୋଡ କରିବାକୁ କୁହାଯାଇଥିଲା । ଆପ ଡାଉନଲୋଡ କରିବା ପରେ ମେଲ ଆଡି ଏବଂ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ କରିଥିଲେ ।

ପରେ ସାଇବର ଠକଙ୍କ କହିବା ମୁତାବକ ସେ ୧୦ ଟଙ୍କା ରିଚାର୍ଯ କରିବାକୁ ଯାଉଥିଲେ । କିନ୍ତୁ ତାଙ୍କର ସନେ୍ଦହ ହେବାରୁ ସେ ଆସିଥିବା ଓଟିପି ନମ୍ବର ସେ ସେୟାର କରି ନ ଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା କଟିଯାଇଥିଲା । ସେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । ପରେ ପୁଲିସ ୫ ଦିନ ମଧ୍ୟରେ ୪ ଲକ୍ଷ ୯୨ ହଜାର ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ । ତେବେ ଟଙ୍କା ଫେରିବା ପରେ ବୃଦ୍ଧ ଜଣଙ୍କ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ସ୍ଥିତିରେ କୌଣସି ଠକ କଲ ଆସିଲେ ପୁଲିସକୁ ଜଣାଇବା ସହ ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ ନ ଦେବାକୁ ପୁଲିସ ପରାମର୍ଶ ଦେଇଛି ।

Welcome to Odisha News24

error: Content is protected !!
%d bloggers like this: