୪.୫ ଲକ୍ଷ ରେମ୍ଡେସିଭି ଇଂଜେକ୍ସନ ଆମଦାନୀ କରିବ କେନ୍ଦ୍ର , ବର୍ତ୍ତମାନ ଭାରତରେ ଦୈନିକ ୨ ଲକ୍ଷରୁ ଅଧିକ ଆବଶ୍ୟକତା

ରିପୋର୍ଟ: ସନ୍ତୋଷ ନାୟକ //
ନୂଆଦିଲ୍ଲୀ/ଭୁବନେଶ୍ୱର, ତା୦୨-୦୫): ଦେଶରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀ ହୋଇଥିବା ରେମ୍ଡେସିଭିର ଇଂଜେକ୍ସନର ୪.୫ ଲକ୍ଷ ଭାଏଲ ଆମଦାନୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଶନିବାର ସୁଦ୍ଧା ପ୍ରଥମ ଦଫାରେ ୭୫,୦୦୦ ଭାଏଲ ପହଞ୍ଚିବାର ସମ୍ଭାବନା ରହିଥିବାବେଳେ ଅବଶିଷ୍ଟ ଭାଏଲ ଜୁଲାଇ ପୂର୍ବରୁ ମିଳିଯିବ ବୋଲି ଆଶା କରାଯାଉଛି । ଭାରତରେ ବର୍ତ୍ତମାନ ଦୈନିକ ସଂକ୍ରମଣ କ୍ରମାଗତ ନଅ ଦିନ ଧରି ୩ ଲକ୍ଷ ଅତିକ୍ରମ କରୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରେମଡ୍ସେିଭିର ଇଂଜେକ୍ସନର ଘରୋଇ ଉତ୍ପାଦନକୁ ମାସିକ ୩୮ ଲକ୍ଷରୁ ୧ କୋଟି ଭାଏଲକୁ ବୃଦ୍ଧି କରିଛନ୍ତି । ଏହାସତ୍ତ୍ୱେ ରେମ୍ଡେସିଭିରର ଅଭାବ ପୂରଣ କରିବାକୁ ବିଦେଶରୁ ଏହା ଆମଦାନୀ କରିବାକୁ ପଡୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆମେରିକା, ଇଜିପ୍ଟରୁ ଏହା ଆମଦାନୀ କରାଯାଉଛି । ବର୍ତ୍ତମାନ ଭାରତରେ ଦୈନିକ ୨ ଲକ୍ଷରୁ ଅଧିକ ରେମ୍ଡେସିଭିର ଇଂଜେକ୍ସନ ଆବଶ୍ୟକତା ପଡୁଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: