୪ ଦିନରେ ୫୦୦ଟି ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୦୫/୦୬): ପଞ୍ଚାୟତ ସମିତି ମୁରିବାହାଲ୍ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ପ୍ରୟାସରେ ଦାତବ୍ୟ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କର୍ଯ୍ୟକ୍ରମ ଅନ୍ତିମ ଦିବସରେ ପହଞ୍ଚିଯାଇଛି । ମୁରିବାହାଲ ପଂଚାୟତ ସମିତି ଅନ୍ତର୍ଗତ ୨ଗୋଟି ଗ୍ରାମପଞ୍ଚାୟତ ଯଥା:ଗରଗଡବାହାଲ, ଓ ହଳଦୀ ରାଜସ୍ବ ଗ୍ରାମ ର ୯୩ଟି ନିରୀହ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ହଂସରାଜ ଜୈନ ଅଧ୍ୟକ୍ଷ ପଂଚାୟତ ସମିତି ମୁରିବାହାଲ, ଉପାଧ୍ୟକ୍ଷା ସୁନ୍ଦର୍ ମତି ବାଗ ପଂଚାୟତ ସମିତି ମୁରିବାହାଲ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଗୋପିନାଥ ପାଣିଗ୍ରାହୀ,ଭକ୍ତବନ୍ଧୁ ଛତ୍ରୀୟ, ନକୁଳ ମାଝି, ଗୋପୀ ତାଣ୍ଡି , ଜନମୁକ୍ତି ଅନୁଷ୍ଠାନର କର୍ମୀ ସଞ୍ଜୀବ ବାରିକ, ଇସ୍ମାଇଲ୍ ନାଗ, ଲଳିତ ରଣା, ଡୋଲେଶ୍ୱର କିସାନ, ସୁଶୀଲ କୁମାର ସାହୁ,,କାଞ୍ଚନ ନାଏକ, ସଞ୍ଜୀତା ବାଗ,ବିକ୍ରମାଦିତ୍ୟ ରଣା ପ୍ରମୁଖ ଉପସ୍ଥିତ ଥାଇ ଏହି କର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରକାଶଥାଉକି ଉକ୍ତ କାର୍ଯ୍ୟକ୍ରମର ୪ଦିନ ମଧ୍ୟରେ ୧୧ ଗୋଟି ଗ୍ରାମପଞ୍ଚାୟତ ର ୫୦୦ ଟି ନୀରିହ ପରିବାରଙ୍କୁ ପଞ୍ଚାୟତ ସମିତି ମୁରିବାହାଲ, ୧୧ଟି ଗ୍ରାମପଞ୍ଚାୟତ ର ଓ ଜନମୁକ୍ତି ଅନୁଷ୍ଠାନର ପ୍ରତକ୍ଷ ତତ୍ତ୍ଵାବଧାନରେ ଅତିନିରିହ ପରିବାର ମାନଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇପାରିଛି ।

Welcome to Odisha News24

error: Content is protected !!
%d bloggers like this: