୪ ଗୋଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୨.୬.୨୦୨୧): ମୁରିବାହାଲ ପଞ୍ଚାୟତ ସମିତି ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ପ୍ରୟାସରେ ଦାତବ୍ୟ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କର୍ଯ୍ୟକ୍ରମ ୨ୟ ଦିବସରେ ପହଞ୍ଚିଥିଲା । ଏହି ଦିବସରେ ମୁରିବାହାଲ ପଂଚାୟତ ସମିତି ଅନ୍ତର୍ଗତ ୪ଗୋଟି ଗ୍ରାମପଞ୍ଚାୟତ ଯଥା:ମୁରିବାହାଲ,ଲଖନା,ଡଙ୍ଗରପଡା ଓ ପତ୍ରାପାଲି ରାଜସ୍ବ ଗ୍ରାମର ୧୮୦ ଗୋଟି ନିରୀହ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ହଂସରାଜ ଜୈନ ଅଧ୍ୟକ୍ଷ ପଂଚାୟତ ସମିତି ମୁରିବାହାଲ, ଉପାଧ୍ୟକ୍ଷା ସୁନ୍ଦର୍ ମତି ବାଗ ପଂଚାୟତ ସମିତି ମୁରିବାହାଲ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଡଙ୍ଗରପଡା ସରପଞ୍ଚ ଧନୁର୍ଯ୍ୟ ଭୋଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଯୁଧିଷ୍ଠିର ପୁଟେଲ, ସମାଜ ସେବୀ ଯୁଧିଷ୍ଠିର ଭରାସଗରୀଆ, ସମିତି ସଭ୍ୟ ମଳୟ ପୁଟେଲ ଜନମୁକ୍ତି ଅନୁଷ୍ଠାନର କର୍ମୀ ଇସ୍ମାଇଲନାଗ, ଲଳିତ ରଣା, ଡୋଲେଶ୍ୱର୍ କିସାନ, ସୁଶୀଲ କୁମାର ସାହୁ,ଲୋଚନ ବାଗ, ବିକ୍ରମାଦିତ୍ୟ ରଣା, କିରଣ ଜାଲ,ହିମାଂଶୁ ସାହୁ ନୀଲାଞ୍ଚଳ ଭୋଇ, ପପୁ ମାଝୀ ପ୍ରମୁଖ ଉପସ୍ଥିତ ଥାଇ ଏହି କର୍ଯ୍ୟକ୍ରମରେ ସହଯୋଗ କରୁଥିଲେ । ପ୍ରକାଶଥାଉକି ଉକ୍ତ କାର୍ଯ୍ୟକ୍ରମର ୨ ଦିନ ମଧ୍ୟରେ ୭ ଟି ଗ୍ରାମପଞ୍ଚାୟତ ର ୩୧୫ଟି ନୀରିହ ପରିବାରଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଦିଆ ସରିଛି। ଆସନ୍ତା ୨ ଦିନରେ ଆହୁରି ୪ ଗୋଟି ଗ୍ରାମ ପଞ୍ଚାୟତ କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାପାଇଁ ସ୍ଥିରୀକୃତ କରାଯାଇଅଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: