୪୫୧ ବୋତଲ କଫ୍‌ସିରଫ ଜବତ, ଜଣେ ଗିରଫ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୩-୦୧): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଉଲବା ଗ୍ରାମର ଦୁର୍ଯ୍ୟୋଧନ ପଟେଲଙ୍କ ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୪୫୧ ବୋତଲ କଫ୍‌ସିରଫକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ବିଗତ ଦିନରେ କ୍ରମାଗତ ଭାବେ ବଲାଙ୍ଗୀର ଜିଲ୍ଲା ର ପଟଣାଗଡ଼, ରାଜା ଖଡ଼ିଆଳ , କଣ୍ଟାବାଞ୍ଜି ତଥା ପଡ଼ୋଶୀ ଜିଲ୍ଲା ବୌଦ୍ଧ, ସୋନପୁର ,ନୂଆପଡା,ଆଦି ବିଭିନ୍ନ ସ୍ଥାନ ରେ ପ୍ରଶାସନ ତରଫରୁ ଛଡାଉ କରିବା ସହ କଫସିରଫ ଜବତ ସହ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଆସୁଛି ।

ବଲାଙ୍ଗୀର ଜିଲ୍ଲାରେ ଏହି କଫସିରଫ ରେକେଟ ବର୍ତ୍ତମାନ ସୁଦ୍ଧା ସକ୍ରିୟ ରହିଥିବା ବେଳେ ଏହି କାରବାର ର ମୂଖ୍ୟ କିଙ୍ଗପିନ ସାଜି ବଲାଙ୍ଗୀର ସହର ର ପ୍ରଶାନ୍ତ ନେଗି କଟକ ରୁ ସାରା ରାଜ୍ୟରେ ଏହି କାରବାର ଚଳାଇଥିବା ବେଳେ ତାକୁ ଗିରଫ କରାଯାଇ ଥିଲା । ହେଲେ ଏହି କାରବାର ଜେଲ ରୁ ଅପରେଟ କରୁଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୁକ୍ତ ନେଗି କୁ ପୋଲିସ କାବୁ କରି ଅନୁସନ୍ଧାନ କରି ପରଦା ପଛରେ ଗୋପନ ରେ ରହି ବଲାଙ୍ଗୀର ଆୟୁର୍ବେଦ ବିକାଶ ଭଣ୍ଡାର ନାମକ ଏକ ଏଜେନ୍ସି ଆଳରେ ଅନ୍ତଃ ରାଜ୍ୟ କାରବାର ଚଲାଇ ଥିବା ଜଣାଯାଇଥିଲା । ହେଲେ ଏହି ସୀରଫ କାରବାର କିଛି ଛଡା ଦରରେ ବିକ୍ରି ହୋଇଥିଲା । ତେବେ ଏହି ସିରଫ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ରେ ପ୍ରଶାସନ ବିଫଳ ହୋଇଛି । ବଲାଙ୍ଗୀର ଜିଲ୍ଲାରେ ଏ ନେଇ କିଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀ ମାନେ କିଛି ଅସାଧୁ ବ୍ୟବସାୟୀ ଙ୍କ ସହ ସାଲିସ କରି ଖୋଲା ଖୋଲି ପ୍ରୋତ୍ସାହନ ଦେଉଥିବା ଯୋଗୁଁ ଏ କାରବାର ବନ୍ଦ ହୋଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି । ବର୍ତ୍ତମାନ ଜିଲ୍ଲା ର ସିଂଧେକେଲା ଥାନା ରୁ ଚାନ୍ଦୁତରା ରାସ୍ତା ର ହନୁମାନ ମନ୍ଦିର କଡ଼ ରେ ଗୋଦାମ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଇ ଆସୁଥିବା ଜନସେବା ସଙ୍ଘ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲା । ହେଲେ ପ୍ରାୟ ଚାରିଥର ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରି ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ପୋଲିସ କର୍ମଚାରୀ ଟିଟିଲାଗଡ ଥାନା ସମ୍ନା ର ଏକ କ୍ୱାର୍ଟର ରେ ଏହି ସିରଫ ଗଛିତ ରଖୁଥିବା ପରି ସଙ୍ଗିନ ଅଭିଯୋଗ ହୋଇଛି । ସେହିପରିଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସେହି ଗାଁର ଦୁର୍ଯ୍ୟୋଧନ ପଟେଲଙ୍କୁ ଗିରଫ କରାଯାଇଛି।

ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ପାଟଣାଗଡ଼ ଉଲବା ଗ୍ରାମର ଦୁର୍ଯ୍ୟୋଧନଙ୍କ ଘରେ ବହୁ ପରିମାଣରେ ବେଆଇନ କଫସିରଫ୍ ଗଚ୍ଛିତ ଥିବା ସୂଚନା ମିଳିଥିଲା। ସେଠାରେ ଚଢ଼ଉ କରିବାରୁ ଦୁର୍ଯ୍ୟୋଧନଙ୍କ ଘର ପାଖରେ ଥିବା ପାଳ‌ଗଦାରୁ ୪୫୧ ବୋତଲ କଫ୍‌ସିରଫ୍ ଜବତ କରାଯାଇଥିଲା। ଉକ୍ତ କଫ୍‌ସିରପ୍‌ ସବୁ ରିଙ୍କୁ ନାମକ ଜଣେ ବ୍ୟକ୍ତି ଏହି ପାଳ ଗଦାରେ ରଖିଥିବା ଓ ସେ ନିର୍ଦ୍ଦୋଷ ବୋଲି ଗିରଫ ଦୁର୍ଯ୍ୟୋଧନ ଗଣମାଧ୍ୟମକୁ କହିଛନ୍ତି । ଏହି କାରବାର ର ମୁଖ୍ୟ କାର୍ପଟଦାର କିଏ ସେ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।

Welcome to Odisha News24

error: Content is protected !!
%d bloggers like this: