୪୧ କିଲୋ ଗଂଜେଇ ଭର୍ତ୍ତି କାର ସହ ତିନି ଜଣ ଗିରଫ

ରିପୋର୍ଟ: ବିଭୁତି ଲହରାଇଆ //
ବାଲିଗୁଡା (୦୧/୦୩ ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଓ ବାରଖମା ରାସ୍ତା ଅଂଚଳରେ ଭୋର ସାଡେ ଚାରିଟା ସମୟରେ ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଆପରା ନାଳ ନିକଟରେ ଏକ କାର ଯାଞ୍ଚ ସମୟରେ ୪୧ କିଲୋ ୩୦୦ ଗ୍ରାମ ଗଂଜେଇ ଜବତ କରିଛି |

ବାଲିଗୁଡ଼ା ଥାନା ବାରଖମା ରାସ୍ତାର ଆପରାନାଳ ଠାରେ ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ନମ୍ବର ଓଡି ୦୨ ଏଏ -୪୧୨୨ କାରକୁ ତନଖି କରିଥିଲେ l ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ l ଗାଡ଼ିରେ ମୋଟ ୪୧ କେଜି ୩୦୦ ଗ୍ରାମ ଗଞ୍ଜେଇ ସହ ଡ୍ରାଇଭର ସହିତ ତିନି ଜଣକୁ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ହେଲେ କଳିଙ୍ଗ କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରାଙ୍କ ଘର କଟକ ଜିଲ୍ଲା ଆଠଗଡ ଅଂଚଳର ବୋଲି ଜଣାପଡିଛି l ଏ ନେଇ ଏକ ମାମଲା ନଂ.୪୨/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି l ଏସଆଇ ଦିପକ ରାଉତ ମାମଲାର ତଦନ୍ତ କରୁଛନ୍ତି | ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ବେଆଇନ ଗଂଜେଇ ସହିତ କାର ଓ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: