୩ ମାସର ମାଆ ଛେଉଣ୍ଡ ଶିଶୁ କନ୍ୟା ନିକଟରେ ପହଞ୍ଚିଲେ ଚାଇଲ୍ଡ ଲାଇନ ଟିମ୍

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା(୦୯/୦୬): ୩ ମାସର ମାଆ ଛେଉଣ୍ଡ ଶିଶୁ କନ୍ୟା ନିକଟରେ ପହଂଚିଲା ବ୍ଲକ ପ୍ରଶାସନ | ଏହି ଘଟଣାଟି ବୈପାରିଗୁଡା ବ୍ଲକ ଚେରକା ପଞ୍ଚାୟତର ନୂଆଗାଁର ଦେଖିବାକୁ ମିଳିଛି |

ଉକ୍ତ ଗାଁ ର ଅନନ୍ତ ସାନ୍ତାଙ୍କ ପତ୍ନୀ ଜୟନ୍ତୀ ସାନ୍ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ତିନି ମାସର ଶିଶୁ କନ୍ୟାଙ୍କ ଲାଳନପାଳନ ପାଇଁ ବାପା ଅସମର୍ଥ ପ୍ରକଶ କରିବା ପରେ ଆଜି କୋରାପୁଟ ଏକତା ଚାଇଲଡ ଲାଇନ ସଦସ୍ୟ ଭୀମସେନ ହରିଜନ ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ସୁପରଭାଇଜର ଶାନ୍ତିଲତା ଭତ୍ରା, ଅଙ୍ଗନବାଡ଼ି କର୍ମୀ, ଏବଂ ଆଶା କର୍ମୀ ଶିଶୁ କନ୍ୟାଙ୍କ ଘରେ ପହଞ୍ଚିଥିଲେ | ଶିଶୁଙ୍କ ବାପାଙ୍କ ସହ ପରାମର୍ଶ କରିବା ସହ ପ୍ରଶାସନ ପକ୍ଷରୁ ଶିଶୁର ଯନ୍ତ୍ରନିମନ୍ତେ ଆବଶ୍ୟକ ପଦକ୍ଷପ ନିଆଯିବ ବୋଲି ଜଣାପଡିଛି | ସେହିପରି ବୈପାରିଗୁଡାର ବରିଷ୍ଠ ଆଇନଜୀବି ପି. ରମେଶ ପାତ୍ର ମଧ୍ୟ ଖବର ପାଇ ଅନନ୍ତଙ୍କ ଘରେ ପହଞ୍ଚିଥିଲେ। ଶିଶୁଟିର ଦୈନନ୍ଦିନ ବ୍ୟବହାର ଆବଶ୍ୟକ ସାମଗ୍ରୀ ତଥା ଡ୍ରେସ, ତେଲ, ସାବୁନ୍,ଶୀତ ପୋଷାକ ପ୍ରଭୃତି ପ୍ରଦାନ କରିଥିଲେ। ନେହରୁ ଯୁବକ ସଂଘର ସ୍ବେଚ୍ଛାସେବୀ ଦେବ କତଲି ମଧ୍ୟ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: