ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୧/୦୩): ଆସନ୍ତା ୩ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୫୦ କିମି ଏକ କିଷାନ୍ ପଦଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଚୁଡାନ୍ତ ହୋଇଛି। ଏନେଇ ଚାଷୀ ମାନଙ୍କୁ ନେଇ ଏକ ପ୍ରସୂତି ବୈଠକ ଚକାମାଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଆସନ୍ତା ୩ ତାରିଖ ଠାରୁ ସକାଳ ୮ ଘଣ୍ଟା ଠାରୁ ଏହି ପଦଯାତ୍ରା ଚନ୍ଦାହାଣ୍ଡି ଲ୍ୟାମ୍ପ ଠାରୁ ଆରମ୍ଭ ହୋଇ ଝରିଗାଁ,ଉମରକୋଟ , ଡାବୁଗାଁ, ପାପଡାହାଣ୍ଡି ଦେଇ ବିଭିନ୍ନ ଗ୍ରାମରେ ରହଣି କରି ୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଅଫିସ୍ ଠାରେ ପହଞ୍ଚି ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦାବି ନେଇ ଅନୁଷ୍ଠିତ ଏହି ପଦଯାତ୍ରା ରେ ଚନ୍ଦାହାଣ୍ଡି ମଣ୍ଡି ଦୁର୍ନୀତି, ଜଙ୍ଗଲ ଜମି ପଟ୍ଟାର ଅଧିକାର, ମଣ୍ଡି ଦୁର୍ନୀତିରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମଣ୍ଡି ରୁ ସମସ୍ତ ଚାଷୀ ଙ୍କ ଧାନ ଉଠାଇବା ସହ ଧାନ ବିକ୍ରି କରି ଟଙ୍କା ପାଇ ନ ଥିବା ଚାଷୀଙ୍କୁ ଶୀଘ୍ର ଟଙ୍କା ପ୍ରଦାନ ଆଦି ଦାବି ଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ଆଜିର ଏହି ପ୍ରସ୍ତୁତି ବୈଠକରେ ପଦଯାତ୍ରା ର ଆବାହକ ତଥା ଚାଷୀ ନେତା କ୍ଷେମ ରାଜ ବାଘ ଙ୍କ ସମେତ ଡମ୍ବରୁ ହରିନା, ହୁମେଶ୍ବର ହଂସ, ନାରାୟଣ ହଂସ, ମଣି ରାମ ମାଝୀ, ପରବେ କଟା, ବଳି କଟା, ଗୁରୁ କେତକୀ, ନାରଦ ହଂସ,କୃଷ୍ ବାଘ,ସିନ୍ଦୂର ଲାଲ୍ ମାଝୀ, ନିରଞ୍ଜନ ମାଝୀ, ଟଙ୍କ ହଂସ, ଚନ୍ଦ୍ର ବନ୍ଦୀ ଛୋଡ, ରାମ ହଂସ ପ୍ରମୁଖ ଉପସ୍ଥିତ ରହି ଏହା ସମ୍ପୂର୍ଣ ଚାଷୀ ଓ ଅଣ ରାଜନୈତିକ କାର୍ଯ୍ୟକ୍ରମ ହୋଇଥିବାରୁ ଚାଷୀଙ୍କ ବୃହତ୍ ସ୍ବାର୍ଥ ଦୃଷ୍ଟି ରୁ ଦଳ ମତ ନିର୍ବିଶେଷରେ ସମସ୍ତେ ଯୋଗଦାନ କରିବାକୁ ଆହ୍ବାନ କରିଥିଲେ।