୩ ଗୋଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୦୨/ ୦୬): ମୁରିବାହାଲ ବ୍ଲକ ପଞ୍ଚାୟତ ସମିତି ମୂରିବାହାଲ୍ ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ପ୍ରୟାସରେ ଦାତବ୍ୟ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁରିବାହାଲ ପଂଚାୟତ ସମିତିର ୩ ଗୋଟି ଗ୍ରାମ ପଞ୍ଚାୟତ ଗୁଡ଼ିଘାଟ, ଇଚ୍ଛାପଡ଼ା ଓ ବଡ଼ସାଇମରା ର ରାଜସ୍ବ ଗ୍ରାମକୁ ନେଇ ୧୩୫ ଗୋଟି ନିରୀହ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଗଲା ।

ଏହି କର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ବ୍ଲକ ଅଧକ୍ଷ ହଂସରାଜ ଜୈନ, ଉପାଧ୍ୟକ୍ଷା ସୁନ୍ଦର୍ ମତି ବାଗ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଗୁଡ଼ିଘାଟ ସରପଞ୍ଚ ଶ୍ରୀମତୀ ମିଥିଳା ମାଝୀ, ଗୁଡ଼ିଘାଟ ପିଇଓ ପ୍ରକାଶ କୁମାର ପନିକା, ଇଚ୍ଛାପଡ଼ା ସରପଞ୍ଚ ଆଲ୍ଲାଦିନି ଭୁଏ, ସମାଜ ସେବୀ ଦିଲିପ ମହାନ୍ତି, ଇଛାପଡ଼ା ସମିତି ସଭ୍ୟ ଏକାଦଶୀ ନାଗ, ବଡସାଇମରା ସରପଞ୍ଚ ଅମିତ୍ କୁମାର ପାତ୍ର, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ମହେଶ ପଟେଲ, ସମାଜ ସେବୀ ହରି ନାରାୟଣ ବହିଦାର, ପ୍ରକାଶ ଭୋଇ, ଜନମୁକ୍ତି ଅନୁଷ୍ଠାନ ର ସଞ୍ଜୀବ ବାରିକ୍, ଇଶ୍ମିଲେ ନାଗ, ଲଳିତ ରଣା, ଡୋଲେଶ୍ୱର୍ କିସାନ, ସୁଶୀଲ କୁମାର ସାହୁ ତଥା ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥାଇ ଏହି କର୍ଯ୍ୟକ୍ରମରେ ସହଯୋଗ କରୁଥିଲେ| ପ୍ରକାଶ ଥାଉ କି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୯ ଗୋଟି ଗ୍ରାମ ପଞ୍ଚାୟତକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ପାଇଁ ସ୍ଥିରକୃତ କରାଯାଇଥିବା ସୂଚନା ମିଳିଛି |

Welcome to Odisha News24

error: Content is protected !!
%d bloggers like this: