୩୨ତମ ଶ୍ରୀମତ ଭାଗବତ ନାମ ସଂକୀର୍ତନ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ(୧୯/୦୨): ବିଲୁପ୍ତ ହୋଇ ବସିବାକୁ ଥିବା ଶ୍ରୀମତ ଭାଗବତ ନାମକୁ ବଞ୍ଚାଇ ରଖିବା ପାଇଁ ୩୨ ବର୍ଷ ହେଲାଣି ରାମଗଡ ପଂଚାୟତ କୋଇଲିସୁତା ଗ୍ରାମରେ ତିଳ ସପ୍ତମୀ ଆଜିର ଦିନରେ ଶ୍ରୀମତ ଭାଗବତ ନାମ ଅନୁଷ୍ଠିତ ହୋଇଯାଇଛି |

ଗ୍ରାମ ସଭାପତି ଶ୍ରୀଯୁକ୍ତ ରାଘବ ବେହେରା, ସମ୍ପାଦକ ସୁରେନ୍ଦ୍ର ଦେହୁରୀ, ଉପସଭାପତି ରମେଶ ଦେହୁରୀ, କୋଷାଧକ୍ଷ ପ୍ରଦୀପ ପ୍ରଧାନଙ୍କ ସମେତ ଗ୍ରାମର ସମସ୍ତ ଜନସାଧାରଣ ଏହି ଉତ୍ସବକୁ ମହା ସମାରୋହରେ ପାଳନ କରୁଛନ୍ତି | ସ୍ୱର୍ଗତ କାଶୀନାଥ କର୍ଣ୍ଣ, କୃଷ୍ଣ ଚନ୍ଦ୍ର ଦେହୁରୀ ଦୁଇଜଣ ଏହି ଉତ୍ସବକୁ ଶୁଭାରମ୍ଭ କରିଥିଲେ ବୋଲି ଗ୍ରାମ ଲୋକେ ସୂଚନା ଦେଇଛନ୍ତି |

Welcome to Odisha News24

error: Content is protected !!
%d bloggers like this: