୩ବର୍ଷର ଶିଶୁ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିବା ଯୁବକ ପୋଲିସ ଦ୍ୱାରା ଗିରଫ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର, ତା୦୯-୦୧): ବଲାଙ୍ଗିର ସହରରେ ଜଣେ ଶିଶୁ ସହ ଯୌନ ସମ୍ପର୍କ ସ୍ଥାପନ କରିଥିବା ଘଟଣା ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ୩ ବର୍ଷର ଶିଶୁଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବା ନେଇ ଉତ୍ତରପ୍ରଦେଶର ଅବନିଶ ନାଏକ(୧୯) ନାମକ ଜଣେ ଯୁବକ ଜଣାପଡିଛି ।

ଏହି ଘଟଣାକୁ ନେଇ ବଲାଙ୍ଗିରରେ ତୀଵ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅବନିଶଙ୍କ ଭଉଣୀ ଓ ଭିଣୋଇ ବଲାଙ୍ଗିରରେ ରହି ଚୁଡି ବ୍ୟବସାୟ କରିଥାନ୍ତି । ସେମାନେ ସହରରେ ଏକ ଭଡା ଘର ନେଇ ରହୁଛନ୍ତି । ତେବେ ଅବନିଶ କିଛି ଦିନ ହେଲା ବଲାଙ୍ଗିର ବୁଲିବାକୁ ଆସି ତାର ଭଉଣୀ ଘରେ ରହୁଥିଲା । ଉଭଣୀ ଭଡା ରହୁଥିବା ଘରର ମାଲିକଙ୍କ ୩ ବର୍ଷ ଶିଶୁ ସହିତ ଅବନିଶ ମିଳାମିଶା କରୁଥିଲା । ଘରେ କେହି ନଥିବାରୁ ସୁଯୋଗ ନେଇ ଅବନିଶ ଖେଳୁଥିବା ଶିଶୁକୁ ଘର ଭିତରକୁ ନେଇ ଅପ୍ରାକୃତ ଯୌନ ସମ୍ପର୍କ ରଖିଥିଲା । ତେବେ ଶିଶୁଟି କାନ୍ଦିବାରୁ ଅବନିଶ ଫେରାର ହୋଇ ଯାଇଥିଲା । ଶିଶୁଟି କାନ୍ଦିକାନ୍ଦି ମା’କୁ ଘଟଣା ସମ୍ପର୍କରେ କହିଥିଲା । ଏହାକୁ ନେଇ ପରିବାର ଲୋକେ ଟାଉନଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଓ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଥିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: