୨ ଗୋଟି ଗ୍ରାମ ପଞ୍ଚାୟତରେ ୯୨ ଜଣ ନିରିହ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ (୩.୬.୨୦୨୧): ମୁରିବାହାଲ ପଞ୍ଚାୟତ ସମିତି ଓ ଜନମୁକ୍ତି ଅନୁଷ୍ଠାନର ମିଳିତ ପ୍ରୟାସରେ ଦାତବ୍ୟ ସଂସ୍ଥା ଅଜିମ ପ୍ରେମଜୀ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କର୍ଯ୍ୟକ୍ରମ ୩ୟ ଦିବସରେ ପହଞ୍ଚିଥିଲା । ଏହି ଦିବସରେ ମୁରିବାହାଲ ପଂଚାୟତ ସମିତି ଅନ୍ତର୍ଗତ ୨ଗୋଟି ଗ୍ରାମପଞ୍ଚାୟତ ଯଥା:ଗଁରେଇ, ଓ ଗୋଇମୁଣ୍ଡ ର ୯୨ଟି ନିରୀହ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ହଂସରାଜ ଜୈନ ଅଧ୍ୟକ୍ଷ ପଂଚାୟତ ସମିତି ମୁରିବାହାଲ, ଉପାଧ୍ୟକ୍ଷା ସୁନ୍ଦର୍ ମତି ବାଗ ପଂଚାୟତ ସମିତି ମୁରିବାହାଲ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ସମାଜସେବୀ କଶ୍ୟପ ସରାଫ,ଜିତେନ ସରାଫ, ଦୀନବନ୍ଧୁ ଟାକ୍ରୀ, ସୁରେନ୍ଦ୍ର ଛୁରା, ଦେବରାଜ ସାହୁ, ଜନମୁକ୍ତି ଅନୁଷ୍ଠାନର କର୍ମୀ ସଞ୍ଜୀବ ବାରିକ, ଇସ୍ମାଇଲନାଗ, ଲଳିତ ରଣା, ଡୋଲେଶ୍ୱର କିସାନ, ସୁଶୀଲ କୁମାର ସାହୁ,ସୁବର୍ଣି ବାଗ, କର୍ଣ୍ଣାଟେଶ୍ବର ସାହୁ ପ୍ରମୁଖ ଉପସ୍ଥିତ ଥାଇ ଏହି କର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରକାଶଥାଉକି ଉକ୍ତ କାର୍ଯ୍ୟକ୍ରମର ୨ ଦିନ ମଧ୍ୟରେ ୯ ଗୋଟି ଗ୍ରାମପଞ୍ଚାୟତ ର ୪୦୭ ଟି ନୀରିହ ପରିବାରଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଦିଆ ସରିଛି। ଆସନ୍ତାକାଲି ଆହୁରି ୨ ଗୋଟି ଗ୍ରାମ ପଞ୍ଚାୟତ କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାପାଇଁ ସ୍ଥିରୀକୃତ କରାଯାଇଅଛି ।

Welcome to Odisha News24

error: Content is protected !!
%d bloggers like this: