୨୭୯ କିଲୋ ୫୦୦ଗ୍ରାମ ଗଞ୍ଜେଇ ଭରା ପିକଅପ ଭ୍ୟାନ ସହ ଜଣେ ଗିରଫ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୨୫/୦୩): ମାଲକାନଗିରି ଜିଲ୍ଲା ମୋଟୁ ପୋଲିସକୁ ମିଳିଛି ଏକ ବଡ ସଫଳତା । ୨୭୯ କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ ସମେତ ପିକାପ ଭ୍ୟାନ ସମେତ ଜଣେଙ୍କୁ ଗିରଫ କରିଛି ମୋଟୁ ପୋଲିସ ।

ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ନୁତ୍ରୁତରେ ଏସ ଆଇ ସୋମନାଥ ଦଳବେହେରା, ଏ ଏସ ଆଇ ବନମାଳୀ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଥାନା ଠାରୁ ପ୍ରାୟ ୨୧ କିମି ଦୂରରେ ଥିବା ମାଲାବରମ ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଉକ୍ତ ରାସ୍ତାଦେଇ ଦ୍ରୁତ ଗତିରେ ଏକ ନମ୍ବର ବିହୀନ ଅଶୋକ ଲେଲାଣ୍ଡ ପିକପ ଭ୍ୟାନ ଯାଉଥିବା ଦେଖି ସନ୍ଦେହ ହେବାରୁ ଉକ୍ତ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲେ । ଉକ୍ତ ଗାଡ଼ିରେ ୭ଟି ପଲିଥିନ ବସ୍ତାରେ ୨୭୯ କିଲୋ ୫୦୦ଗ୍ରାମ ଗଞ୍ଜେଇ ଥିବାଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରେ ଉକ୍ତ ଗାଡି ଓ ସେଥିରେ ଥିବା ଗଞ୍ଜେଇ ଜବତ କରିବା ସହ ଚାଳକଙ୍କୁ ଗିରଫ କାରିଥିଲେ । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗିରଫ ଚଳକ ଜଣକ କର୍ଣ୍ଣାଟକ ରାଜ୍ୟର ବିଦାର ଜିଲା ହୁଲୟଲ ଗ୍ରାମରେ ଅଶୋକ ରାଓଙ୍କ ଟୁକୁରାମ ଵିରୋଦା (୩୯) , ଚାଳକଙ୍କ ଠାରୁ ଗୋଟିଏ ମୋବାଇଲ ସହ ନଗଦ ୧୩୦୦ ଟଙ୍କା ଜବତ କରାଯାଇଛି । ତେବେ ଏହି ଜବତ ଗାଡି ମାଲିକ ଅନ୍ଦ୍ରପ୍ରଦେଶ ରାଜ୍ୟର ରଙ୍ଗାରେଡି ଅଞ୍ଚଳର ରବୀପାଟି ଅଞ୍ଜନେଇଲୁ ଜବତ ହୋଇଥିବା ଗଞ୍ଜେଇକୁ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ପଚରାଉଚୁରା ସମୟରେ ପୋଲିସ ସମୁଖରେ ଗିରଫ ଚାଳକ ପ୍ରକାଶି କରିଥିବା ଜଣା ପଡ଼ିଛି । ତେବେ ମୋଟୁ ପୋଲିସ ପକ୍ଷରୁ କେସ ନ. ୩୦/୨୦୨୧ ଦଫା 20(b)(ii)(c)/25(A)NDPS ଧାରାରେ ମାମଲା ରୁଜୁ କରି ଗିରଫ ଚଳକଙ୍କୁ କୋଟି ଚାଲାଣ କରାଯିବା ସହ ଗାଡ଼ି ମାଲିକଙ୍କୁ ଖୁପ ଶୀଘ୍ର ଗିରଫ କରାଯିବା ପାଇଁ ଉଦ୍ୟମ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: