୨୭୧ କେଜି ଗଞ୍ଜେଇ ଜବତ ଡ୍ରାଇଭର ଗିରଫ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୦୯/୦୧): ରାୟଗଡା ଚାଲାଣ ବେଳେ ଗଞ୍ଜେଇ ଜବତ ହୋଇଛି । ରାୟଗଡା ଟାଉନ ଥାନା ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଛି ।

ଏକ ପରିବା ବୋଝେଇ ଭ୍ୟାନରେ ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଏହି ଘଟଣାରେ ଭ୍ୟାନ୍ ଡ୍ରାଇଭର ଅମରେନ୍ଦ୍ର ଦାଶକୁ ଗିରଫ କରାଯାଇଛି । ଗିରଫ ଅମରେନ୍ଦ୍ରର ଘର ବାଲେଶ୍ବର ସହରରେ ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ପରିବା ବୋଝେଇ ଭ୍ୟାନରେ ପ୍ରାୟ ୧୦ ବସ୍ତା ଗଞ୍ଜେଇ ପ୍ୟାକିଂ କରି ଚାଲାଣ ହେଉଥିଲା । ଏହି ସମୟରେ ପୋଲିସ ପେଟ୍ରୋଲିଂ ଟିମ୍ ସହରର ସିରିଗୁଡା ଠାରେ ଭ୍ୟାନ୍ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତୁରନ୍ତ ଉକ୍ତ ଭ୍ୟାନ ଜବତ କରି ଥାନାକୁ ଆଣି ତନାଘନା କରାଯାଇଥିଲା । ସେହି ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ନଜରକୁ ଆସିଥିଲା । ଏହାପରେ ଶନିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଓଜନ ପରେ ସେଥିରେ ୨୭୧ କେଜି ଗଞ୍ଜେଇ ରହିଥିବା ପୋଲିସ ସୂଚନା ଦେଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: