ସାଧାରଣ ଜନତାଙ୍କ ସ୍ୱର

୨୧ତମ ନବଦିନାତ୍ମକ ଶ୍ରୀରାମ ଚରିତ ମାନସ ଉଦଯାପିତ

27eaf4dc 192a 436e 9e28 70dbe0adeaeeରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୨ /୦୫):ମୁରିବାହାଲ ସଦର ବସ୍ତି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୨୧ତମ ନବଦିନାତ୍ମକ ଶ୍ରୀରାମ ଚରିତ ମାନସ ଉଦଯାପିତ ହୋଇଯାଇଛି |ଆୟୋଜକ ଶ୍ରୀରାମ ଲୀଳା ପ୍ରଚାର ଓ ପ୍ରସାର ସମିତି ମୁରିବାହାଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି |fbea8405 5c94 40cd b514 5cad16ac14fc

କର୍ତ୍ତା ପବିତ୍ର ଷାଣ୍ଢ ପତ୍ନୀ ଲକ୍ଷ୍ମୀ ଷାଣ୍ଢ ଥିବାବେଳେ ସବ୍ୟସାଚୀ ମିଶ୍ର, ରତ୍ନାକର ମିଶ୍ର ପୂଜା ଅର୍ଚନା କରିଥିଲେ | ଦୀର୍ଘ ଦଶ ଦିନ (୧୦) ପର୍ଯ୍ୟନ୍ତ କୋଭିଡ-୧୯ ଗାଇଡ଼ ଲାଇନ ମାନି ଅନୁଷ୍ଠିତ ହୋଇଥିଲା |ଆୟୋଜକ କମିଟି ସଭାପତି ଜିତେନ୍ଦ୍ରିୟ ଭୋଇ , ସମ୍ପାଦକ ଶାନ୍ତରାମ ପଧାନ, କୋଷାଧକ୍ଷ ବସନ୍ତ ଭୋଇ ମୋଟ 30 ଜଣ ବ୍ରତି ଥିବାବେଳେ ପୁରାଣ ପାଠ ଘାସିରାମ ସେଠ କରିଥିଲେ |

Welcome to Odisha News24

%d bloggers like this: