୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ଗିରଫ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲାମତାପୁଟ ତା ୨୨/୧୨/୨୦): କେତେ ଦିନ ବ୍ୟବଧାନ ପରେ ପୁଣି ମାତିଛନ୍ତି ଗଞ୍ଜେଇ ମାଫିଆ।ଲମତାପୁଟ ମାଛକୁଣ୍ଡ ରୁ କଲିକତା କୁ ଗଞ୍ଜେଇ ଚାଲାଣ ହେଉ ଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ହାତରେ ଧରାପଡ଼ିଛି ୨ କୁଇନ୍ଟାଲ ଗଞ୍ଜେଇ ସହ ବ୍ୟବହୃତ ଦୁଇ ଟି ଗାଡ଼ି ସହ ଦୁଇ ଯୁବକ।ଗିରଫ ହୋଇ ଥିବା ଯୁବକ ମାନେ ହେଲେ ବିହାର ଓ କଲିକତା ଅଞ୍ଚଳ ର ସୁରଜ୍ ସ୍ୱା ଓ ଭଗେଶ୍ ଯାଦବ ବୋଲି ପୋଲିସ ପ୍ରକାଶ କରିଛି।

ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କାର ହେବ ବୋଲି ପୋଲିସ କହିଛି।ପୋଲିସ ସୂଚନା ଅନୁସାରେ ମାଛକୁଣ୍ଡ ନିକଟ ଘୋଡ଼ା ବେଡା ଗ୍ରାମ ଛକ ନିକଟ ରେ ମାଛକୁଣ୍ଡ ପୋଲିସ ପେଟ୍ରଲିଙ୍ଗ କରି ଗାଡ଼ି ଯାଞ୍ଚ କରୁଥିବା ସମୟରେ ମାଛକୁଣ୍ଡ ପଟୁ ଦୁଇଟି ଗାଡ଼ି ମାରୁତି କାର ଓ ମାହିନ୍ଦ୍ରା କ୍ୟମ୍ପର୍ ଦୃତ ଗତିରେ ଆସୁଥିବା ସମୟରେ ପୋଲିସ ଦୁଇ ଗାଡ଼ିକୁ ଅଟକାଇ ଥିଲା।ଘଟଣା ସ୍ଥଳରୁ କାର ଭିତରେ ଥିବା ଅଭିଯୁକ୍ତ ମାନଙ୍କୁ।ପୋଲିସ ଧରିବାରେ ସଫଳ ହୋଇ ଥିବା ବେଳେ କ୍ୟାମ୍ପର ଗାଡ଼ିର ଥିବା ବ୍ୟକ୍ତି ମାନେ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଥିଲେ।ଦୁଇଟି ଗାଡ଼ି କୁ ଯାଞ୍ଚ କରିବାରୁ ବିପୁଳ ପରିମାଣରେ ଗଂଜେଇ ଥିବାର ଜଣା ପଡିଥିଲା।ପୋଲିସ ଗାଡ଼ି ଗୁଡ଼ିକୁ ଜବତ କରିବା ପରେ ଯୁବକ ମାନଙ୍କୁ ଗିରଫ କରି ଥାନା କୁ ଆଣିଛି।ଯୁବକ ମାନଙ୍କୁ ପଚରା ଉଚରା କରିବା ପରେ ଏହି ଗଞ୍ଜେଇ କାରବାର ରେ ସ୍ଥାନୀୟ ଯୁବକ ଙ୍କ ସଂପୃକ୍ତି ଥିବା ଓ ଏହି ଗଞ୍ଜେଇ କାହାଠାରୁ କିଣି ଥିବା ଜଣା ପଡ଼ିଛି।ଗିରଫ ଯୁବକ ମାନଙ୍କୁ ଆଜି କୋର୍ଟ କରାଯିବ ବୋଲି ପୋଲିସ କହିଛି। ଏହି ଚଢ଼ାଉ ସମୟରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା,ସେକେଣ୍ଡ ଅଫିସର ଡମ୍ବରୁ ଧର ବତ୍ରିଆ, ଜଲାପୁଟ ଫାଣ୍ଡି ଅଧିକାରୀ ମହେଶ୍ବର କ୍ରିଶାନି ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ |

Welcome to Odisha News24

error: Content is protected !!
%d bloggers like this: