୨୦୨୧ ରେ ଫିକା ପଡିଲା ମହା ଶିବରାତ୍ରି

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୧/୦୩): କଳିଯୁଗରେ ମହାସମାରୋହରେ ପାଳିତ ହେଉଥିବା ମହା ଶିବରାତ୍ରି ଉତ୍ସବକୁ ଆଜି ବୌଦ୍ଧ ଜିଲ୍ଲାରେ ଫିକା ପଡିଛି |

ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମାରୀ ନିୟମ ଅନୁଯାଇ ହରଭଙ୍ଗା ବ୍ଲକର ସରସରା, କରଡ଼ି, ବିରାମଚନ୍ଦ୍ର ପୁର, ରାମଗଡ଼, ଧଳପୁର, ତିଲେଶ୍ୱର,ବୁରୁବୁଡ଼ା ହରଭଙ୍ଗା,ପୁରୁଣାକଟକ, କରଂଜକଟା, ଇତ୍ୟାଦି ଶିବାଳାୟ ଗୁଡିକରେ ଭକ୍ତ ମାନେ କରୋନା-୧୯ ର ସବୁ ନିୟମକୁ ପାଳନ କରି ଏହି ବୌଦ୍ଧିକ ପରମ୍ପରାକୁ ଆଗେଇ ନେବାକୁ ଚେଷ୍ଟା କରିଛନ୍ତି | କିନ୍ତୁ ସାରା ଭାରତରେ କରୋନାକୁ ନେଇ ନିରୀହ ଜନସାଧାରଣ ଅସୁବିଧାରେ ପଡୁଛନ୍ତି | ଏହା ଉପରେ ପ୍ରଶାସନ ନିହାତି ଦୃଷ୍ଟି ଦେବା ଦରକାର | ରାଜନୈତିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ସେଇଠି ମହାମାରୀ କରୋନା ବ୍ୟାପୁନି, କିନ୍ତୁ ମନ୍ଦିର, ମହଜିତ, ଗୀର୍ଜା ଗୁଡିକରେ ଏହି ରୋଗ ଏତେ ଭୟଙ୍କର ଯେ ତାହା ସରକାରୀ କାଗଜ କଲମରେ ରହିଯାଉଛି | ଏହି କଥାକୁ ସାଧାରଣ ଜନତା ସତ୍ୟର ପ୍ରମାଣ ମାଗୁଛି |

Welcome to Odisha News24

error: Content is protected !!
%d bloggers like this: