୨୦୧୯-୨୦ ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ପ୍ରକାଶ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୮/୦୬): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ୨୦୧୯-୨୦ ଜାରି କରାଯାଇଛି । କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ୭୦ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର ୨୦୧୯ରେ ୨୦୧୭-୧୮ ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା । ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ ତଥା କେରଳକୁ ୨୦୧୯-୨୦ ଲାଗି ସର୍ବୋଚ୍ଚ ଗ୍ରେଡ (ଏ++) ମିଳିଛି । ପୂର୍ବବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ, କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି । ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁ‡ୁଚେରୀ, ପଞ୍ଜାବ ଏବଂ ତାମିଲନାଡୁ ସାମଗ୍ରୀକ ପିଜିଆଇ ସ୍କୋରରେ ୧୦ ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ ୧୦୦ କିମ୍ବା ତତ୍ତୋଧିକ ପଏଣ୍ଟ ହାସଲ କରିଛନ୍ତି । ପିଜିଆଇର କାର୍ଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ୱୀପ ସମୂହ, ଲାକ୍ଷାଦ୍ୱୀପ ଓ ପଞ୍ଜାବ ୧୦ ପ୍ରତିଶତ (୮ପଏଣ୍ଟ) କିମ୍ବା ତତ୍ତୋଧିକ ସୁଧାର ଆଣିପାରିଛନ୍ତି । ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ୧୦ ପ୍ରତିଶତ (୧୫ ପଏଣ୍ଟ) କିମ୍ବା ତତ୍ତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି । ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି । ସେହିପରି ପିଜିଆଇର ଇକ୍ୱିଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି । ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦ ପ୍ରତିଶତ (୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି । ଆଣ୍ଡାମାନ ଓ ନିକୋବାର ଦ୍ୱୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମ୍ରେ ୨୦ ପ୍ରତିଶତ (୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: