ସାଧାରଣ ଜନତାଙ୍କ ସ୍ୱର

୨ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଶାଗୁଆନ କାଠ ଜବତ, ୨ ଟ୍ରାକ୍ଟର ସହ ୪ ଗିରଫ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୦/୦୪): ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେଙ୍କ ନିର୍ଦେଶ କ୍ରମେ ବନାଞ୍ଚଳ ଶ୍ରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବିପୁଳ ପରିମାଣର ଦାମିକା କାଠଗୋଳେଇ ସହ ୨ଟି ଟ୍ରାକ୍ଟର ଓ ୪ ଜଣ ଲୋକଙ୍କୁ ଗିରଫ କରିଛନ୍ତି ।

ପ୍ରାୟ ୧୨୦ ଏସଏଫଟି କାଠ ହେବ ବୋଲି ଶ୍ରୀ ବିଶୋଇ ଜଣେଇଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୂର୍ବରୁ ଏକ ଟୀମ ପ୍ରସ୍ତୁତି କରି ଭୋର ରାତି ୪:୩୦ ସମୟରେ ଛକି ରହିଥିବା ବନ ବିଭାଗ ହାତରେ ଧରା ପଡିଲେ ଏହି କାଠ ମାଫିଆ ମାନେ । ଟ୍ରାକ୍ଟରରେ ଭର୍ତି କରି ନେଇଯିବା ସମୟରେ ଛକି ରହିଥିବା ବନ ଅଧିକାରୀ ମାନେ ମାଡି ବସିଥିଲେ । ଧରା ପଡିଥିବା ମାଫିଆ ହେଲେ ଭୋଇରବ ଧର ଗ୍ରାମ ଏମଭି ୩୯, କଷା ସୋଡି ଗ୍ରାମ କଠେଲ ଗୁଡ଼ା, ମିଣ୍ଟୁ ବିଶ୍ୱାସ ଏମଭି ୩୯, ଦେବ ପୂଜାରୀ କଠେଲାଗୁଡା | ଏହି ମୂଲ୍ୟବାନ ସଗୁଆନ ଓ ପିୟାସାଲର କାଠର ସରକାରୀ ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହବ ବୋଲି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇ ଜଣେଇଛନ୍ତି ।

ଜଙ୍ଗଲ ବିଭାଗ କେଶ ନ ୫/୨୧ ଏବଂ ୬/୨୧ ଜବତ ଜଙ୍ଗଲଜାତ ଦ୍ରବ୍ଯ ଏବଂ ଟ୍ରାକ୍ଟର ଗୁଡିକ ବନାଞ୍ଚଳ କାର୍ଯ୍ୟାଳୟ ମାଲକାନଗିରି ଠାରେ ଜବତ କରି ରଖାଯାଇଅଛି। ଏହି ଘଟଣାରେ ଜଡିତ ଲୋକଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଥିବା ଶ୍ରୀ ବିଶୋଇ ଜଣେଇଛନ୍ତି । ଏହି ଚଢ଼ାଉରେ ବନ ବିଭାଗ ମାଲକାନଗିରି ଫରେଷ୍ଟେର ମୁରଲୀ ଧର ଅନୁଗୁଳିଆ, ରାଜେଶ ସେଠି, ଦୀପ୍ତିରଞ୍ଜନ ନାୟକ, ଅର୍ଜୁନ ବୋଟେ ଏବଂ ୧୫ ଜଣ ପାରା ଫୋରେଷ୍ଟର ସ୍କଟ ଅଂଶ ଗ୍ରହଣ କରିଥିଲେ ବୋଲି ସୂଚନା ଦେଇଥିଲେ ।

Welcome to Odisha News24

%d bloggers like this: