୧୮ ଦୋକାନ ସିଲ୍ କରି ଅମାନିଆ ବ୍ୟବସାୟୀଙ୍କ ଆକ୍ରୋଶର ଶୀକାର ହେଲେ ତହସିଲଦାର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡ଼ା-୯ /୬): ଅନୁପାଳନ କରିବା ସହିତ ଲକ୍ ଡାଉନ୍ ସଟ ଡାଉନ୍ ସହ ସପ୍ତାହନ୍ତ ସଟ ଡାଉନ୍ କରାଯାଇଛି | ବାଲିଗୁଡା ପ୍ରଶାସନ ତରଫରୁ କିଛି ଦିନ ହେବ ଆମନିଆ ବ୍ୟବସାୟୀ ଓ ବାଇକ୍ ଆରୋହୀ ଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି |

ସାବିତ୍ରୀ ପାଇଁ ବାଲିଗୁଡ଼ା ବଜାରରେ ଅସମ୍ଭବ ଭିଡ ଜମାଇଥିଲେ ଲୋକେ ବିନା ମାସ୍କ୍କ ଓ ବିନା ସାମାଜିକ ଦୂରତାରେ କିଣାବିକା ଖବର ପାଇଁ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର ପହଞ୍ଚି କୋଭିଡ ନିୟମକୁ ଭାଙ୍ଗି ଥିବା ୧୮ ଗୋଟି ଦୋକାନକୁ ସିଲ୍ କରିଥିଲେ | ଏଥିରେ ଉତ୍ କ୍ଷିପ୍ତ ହୋଇ ବ୍ୟବସାୟୀ ମାନେ ତହସିଲ ଦାରଙ୍କୁ ଘେରିଯାଇ ଯୁକ୍ତି ତର୍କ କରୁଥିବା ଦେଖିବାକୁ ମିଳିଥିଲା ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ଭବାନୀ ଶଙ୍କର ସରାଫ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଥାନା ଅଧିକାରୀଙ୍କୁ ମଧ୍ୟ ଯୁକ୍ତି ତର୍କ କରିବାକୁ ପଛାଇ ନ ଥିଲେ ପରେ ଏସ ଡି ପି ଓ ମନୋଜ ପୂଜାରୀ ପହଞ୍ଚି ଅମାନିଆ ବ୍ୟବସାୟୀଙ୍କୁ ବୁଝାସୁଝା କରିଥିଲେ | ବ୍ୟବସାୟୀ ମାନଙ୍କୁ କିଛି ଖଳ ପ୍ରକୃତର ଲୋକେ ଉସୁକାଉ ଥିବା ନେଇ ପୋଲିସ ଜାଣିବାକୁ ପାଇଛି | ଜଣେ କର୍ତ୍ତବ୍ୟ ରତ ଅଫିସରଙ୍କୁ ଏହିଭଳି ବ୍ୟବହାରକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି l ଅମାନିଆ ଲୋକଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: