୧୬କୋଟି ୫୨ଲକ୍ଷ ଟଙ୍କାର ପୋଲ ଶୁଭ ଦେଇ ସୁଦ୍ଧା ବର୍ଷ,ବର୍ଷ ବିତି ଗଲା ପରେ ବି ହୋଇପାରୁନି ନିର୍ମାଣ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୦୪-୦୨): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଦେଇ ପ୍ରବାହିତ ହୋଇଛି ଉନ୍ଦେରନଦୀ । ଟିଟିଲାଗଡ ଉପଖଣ୍ଡର ତଥା ସଇଁତଲା ବ୍ଲକ ବାସୀ ଓ କଳାହାଣ୍ଡିର ଜିଲ୍ଲାର ୩ ଟି ପଞ୍ଚାୟତବାସୀ ଏହି ନଦୀ ଦେଇ ଯାଆସ କରିଥାନ୍ତି । ତେବେ ବର୍ଷା ଆସିଲେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ । ପଞ୍ଚାୟତବାସୀଙ୍କ ଦୁଃଖକୁ ଦେଖି ଉନ୍ଦେର ନଦୀ ଉପରେ ସେତୁ ପାଇଁ ଶୁଭ ଦିଆଗଲା ।

ପାଖାପାଖି ୧୬ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ଅନ୍ତର୍ଗତ ପୋଲ ନିର୍ମାଣ କାମ ଏକ ଘରୋଇ କମ୍ପାନୀକୁ ଠିକା ଦିଆଯାଇଛି । କିନ୍ତୁ୨୦୧୮ ରୁ କାମ ଆରମ୍ଭ ହେଇଥିଲେ ମଧ୍ୟ ଏଯାଏ କାମ ସରୁନି । ଶେଷ କରିବାକୁ ଆଉ ୨ ମାସ ବାକି ଥିବା ବେଳେ ମାତ୍ର ୩୫ ପ୍ରତିଶତ କାମ ସରିଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ସରୁନି କାମ । ଫଳରେ ପଞ୍ଚାୟତବାସୀ ଯାଆସ ପାଇଁ ନାହିଁନଥିବା ସମସ୍ୟାରେ ପଡୁଛନ୍ତି । ଏପରିକି ବର୍ଷାଦିନ ଆସିଲେ ଯୋଗାଯୋଗ ଏକପ୍ରକାର ଠପ ହୋଇପଡେ । ଏହି ସମୟରେ କୌଣସି ଜରୁରୀକାଳୀନ କାମରେ ଯିବାକୁ ହେଲେ ଲୋକଙ୍କୁ ଅଧିକ ୧୫ କିଲୋମିଟର ବୁଲିକି ଯିବାକୁ ପଡେ । କେବେ ସରିବ ସେତୁ କାମ ? ୨ ବର୍ଷ ପରେ ସରିନି ୫୦ ପ୍ରତିଶତ କାମ । ଅବଧି ପୂରିବାକୁ ଆଉ ୨ ମାସ ବାକି ଥିବା ବେଳେ କାମ ସରିବା ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ଚିହ୍ନ ।

Welcome to Odisha News24

error: Content is protected !!
%d bloggers like this: