୧୨୧ ଜଣଙ୍କୁ କରୋନା ପରୀକ୍ଷା ଓ ୧୨୧ ଜଣଙ୍କୁ କରୋନା ଟିକା ପ୍ରଦାନ କଲା ସ୍ୱାସ୍ଥ୍ୟ ବିଭାଗ

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ୯/୦୬): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସଂଗ୍ରାମ କେଶରୀ ନାୟକଙ୍କ ତତ୍ୱାବଧାନରେ ମଙ୍ଗଳବାର ଦିନ ୧୨୧ ଜଣଙ୍କୁ କରୋନା ପରୀକ୍ଷା କରିଥିବାବେଳେ ୧୨୧ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବିପିଏମ ଅମିୟ ରାଜପଲିଆ ସୂଚନା ଦେଇଛନ୍ତି |

ଲୋକମାନେ କୋଭିଡ ନିୟମ ମାନି ଧାଡିରେ ଛିଡା ହୋଇ ଟେଷ୍ଟ କରୁଥିବା ଦେଖାଯାଇଛି | ଯେଉମାଙ୍କର ଲକ୍ଷଣ ଅଛି ସେମାନେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଯାଇ ପରୀକ୍ଷା କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି | କମଲ ମେହେର ଏବଂ ଜ୍ୟୋଷ୍ଣା ଭୋଇ କରୋନା ପରୀକ୍ଷା କରିଥିବାବେଳେ କରୋନା ଟିକା ମିଥୁନ ଛୁରା ଓ ଉପାସି ବିଶ୍ୱାଳ ଦେଇଥିଲେ | ଆଶା ଓ ଅଙ୍ଗନବାଡୀ କର୍ମୀ ଘରକୁ ଘର ବୁଲି ସଚେତନତା କରିବା ସହିତ କରୋନା ଟିକା ନେବାପାଇଁ ଲୋକଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଲିଛି |

Welcome to Odisha News24

error: Content is protected !!
%d bloggers like this: