୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନୀବାସ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର- ତା-୬-୬-୨୧): ରାୟଗଡ଼ା ଜିଲ୍ଲା ମୁନିଗୁଡା ଵ୍ଲକ ଅନ୍ତର୍ଗତ ଝାମରାଗୁଡା ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ମାନ୍ୟଵର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଙ୍ଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ କରକମଳରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନୀବାସ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀଯୁକ୍ତ ସୁଧିର କୁମାର ଦାଶ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଶ୍ରାଧର କରଡା ଯୋଗ ଦେଇଥିଲେ। ନିମନ୍ତ୍ରୀତ ଅତିଥି ଭାବେ ଜିଲ୍ଲା ଵିଜେଡି ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପୂର୍ଣଚନ୍ଦ୍ର ଗୌଡ ଓ ବ୍ଲକ ସଭାପତି ଶ୍ରୀ ରତନଲାଲ ଜୈନ, ବିଜେଡି ଜିଲ୍ଲା ଛାତ୍ର ସମ୍ପାଦକ ଵୁବୁନା ଵେହେରା, ବିଜେଡି ନାରୀ ନେତ୍ରୀ ଶକୁନ୍ତଳା ନୁଣ୍ଡୃକା, ଯୁବ ନେତା ସିମାଞ୍ଚଳ ଦାଶ, ସମାଜସେବୀ ଵୃନ୍ଦାଵନ ପାଢି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଡା କଡି କୋଭିଡି ନିୟମ ପାଳନ କରାଯାଇଥିଲା। ଏହି ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଦ୍ଵାରା ଵହୁ ପିଲା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସାରକା ମତପୋଷଣ କରିବା ସହ କରୋନାକୁ ଭୟ ନକରି କୋଭିଡି ନିୟମ ପ୍ରକାରେ ଏହି ସପ୍ତାହ ମଧ୍ୟରେ ଵିଭିନ୍ନ ସ୍ଥାନରେ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି ବୋଲି ସୂଚନା ମିଳିଛି।

Welcome to Odisha News24

error: Content is protected !!
%d bloggers like this: