ୟୁଏଆଇଏଲ ପକ୍ଷରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିସ୍ଛାଳୟକୁ ଅମ୍ଳଜାନ ସିଲିଣ୍ଡର ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୦/୦୫): କରୋନାର ଦ୍ଵିତୀୟ ଲହର ସାରା ଦେଶବାସୀଙ୍କୁ ନାକେଦମ କରିସାରିଲାଣି | ୨୦୨୦ ମାର୍ଚ୍ଚ ମାସରୁ ଆଜିପର୍ଯ୍ୟନ୍ତ ଲୋକେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି। କେତେକ ରାଜ୍ୟରେ ଅମ୍ଳଜାନ ପାଇଁ ଲୋକମାନଙ୍କର ପ୍ରାଣ ଯିବାର ମଧ୍ୟ ଦେଖିବାକୁ ମିଳୁଛି। ଏହିବିପଦସମୟରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଠାରେ ଅବସ୍ଥିତ ୟୁଏଆଇଏଲ ଉତ୍କଳ ଆଲୁମିନା ଜିଲ୍ଲା ପ୍ରଶାସନକୁ ୩୦ ଗୋଟି ଅମ୍ଳଜାନ ସିଲିଣ୍ଡର,୧୦୦ ଗୋଟି ପାର୍ଲସ ଅକ୍ସିମିଟର, ୧୦୦ ଗୋଟି ଥର୍ମ ମିଟର, ୧୨ ଗୋଟି ଶରୀର ତାପମାତ୍ରା ମାପକଯନ୍ତ୍ର (ଥର୍ମାଲଗନ) ପ୍ରଦାନ କରିଛନ୍ତି।

ରାୟଗଡାର ଜିଲ୍ଲାପାଳ ଶ୍ରୀଯୁକ୍ତ ସରାଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା, ଓ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ଡାକ୍ତର ଆର୍ତ୍ତବନ୍ଧୁ ନାଏକଙ୍କ ଉପସ୍ତିତିରେ, ୟୁନିଟର ମୁଖ୍ୟ ଶ୍ରୀଯୁକ୍ତ ବାଗ ମୁଖ୍ୟ ଚିକିସ୍ଛାଳୟକୁ ହସ୍ତାନ୍ତର କରିଥିଲେ। ଉପଯୁକ୍ତ ସମୟରେ ଉତ୍କଳଆଲୁମିନାର ଏହି ଜୀବନ ରକ୍ଷାକାରୀ ପ୍ରୟାସ ପାଇଁ ଜିଲ୍ଲାର ଜନସାଧାରଣଙ୍କ ସହିତ ଜିଲ୍ଲାପାଳ ଭୁରିଭୁରି ପ୍ରଶଂସା କରିଥିଲେ। ଏବଂ ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ, ଏହି ବିପଦ ସମୟରେ ଉତ୍କଳ ଆଲୁମିନାର ଜୀବନ ରକ୍ଷାକାରି ପ୍ରୟାସ ବାସ୍ତବିକ ଏକ ସ୍ୱାଗତ ଯୋଗ୍ୟ । କରୋନାର ଦ୍ଵିତୀୟ ଲହର ବଡ ମାରାତ୍ମକ ହୋଇଥିବାରୁ ଜିଲ୍ଲାବାସୀଙ୍କୁ ଏକବାର୍ତ୍ତା ପ୍ରେରଣ କରି କହିଥିଲେଯେ, ଏହି ମାରାତ୍ମକ ମହାମାରୀରୁ ନିଜକୁ ରକ୍ଷାକରିବାକୁ ହେଲେ ସରକାରୀ ନିୟମକାନୁନ ମାନି ଚାଲିବାକୁ ପଡିବ। ଏହି ଅବସରରେ ୟୁନିଟର ମୁଖ୍ୟ ଶ୍ରୀଯୁକ୍ତ ବାଗ ପ୍ରକାଶ କରିଥିଲେ ଯେ, ଉତ୍କଳଆଲୁମିନା ତାର ନିକଟବର୍ତୀ ଗ୍ରାମଗୁଡିକର ସାମଗ୍ରିକ ବିକାଶ ଯଥାସ୍ୱାସ୍ଥ୍ୟ, ଶିକ୍ଷା, କର୍ମନିଯୁକ୍ତି, ଯୋଗାଇ ଦେଇପାରିଛି। ଏବଂ ଏ ପ୍ରକାର କାର୍ଯ୍ୟ କରିବାକୁ ଅଂଗୀକାର ଵଧ। ଆହୁରିମଧ୍ୟ ପୂର୍ବ କଥାକୁ ଦୋହରାଇ କହିଥିଲେଯେ, ଆବଶ୍ୟକ ଉପକରଣ ପଡୋସୀ ଜିଲ୍ଲା କଳାହାଣ୍ଡିକୁ ଯୋଗାଇ ଦିଆଯିବ। ବିପଦ ସମୟରେ ଉତ୍କଳ ଆଲୁମିନାର ଆବଶ୍ୟକ ଉପକରଣ ଓ ଅକ୍ସିଜେନ ଦାନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଜିଲ୍ଲାବାସୀଙ୍କୁ ବଡ ବିପଦରୁ ରକ୍ଷା କରିପାରିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: