ହୋଇ ପାରୁନି ରାସ୍ତା ପୋଲ ମରାମତି

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୨୭/୦୨): ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ର ଶ୍ରୀରାମ ପୁର ଗାଁ ର ଟିକିରା ପଡା ଯିବାକୁ ହେଲେ ନିଜ ପଞ୍ଚାୟତ ରୁ ଗାଁ କୁ ରାସ୍ତା ନାହିଁ | ଏହି ପଡ଼ାରେ ର ଜନସଂଖ୍ୟା ଶହେ ରୁ ଅଧିକ | ପାଖ ତିଲେଶ୍ଵର ପଂଚାୟତ ରଖଜୁରିଆ ଦେଇ ଏକ ରାସ୍ତା ସଂଯୋଗ ହୋଇଛି | ଗୋଟିଏ ବୋଲି ରାସ୍ତା ଉପରେ ଏକ ପୋଲ ରହିଅଛି |

ହେଲେ ବର୍ଷେ ପରେ ହେଲାଣି ପୋଲାର ଗୋଟିଏ ଭାଗ ଭାଙ୍ଗି ଯାଇଥିବାରୁ ଏକ ବଡ଼ ଖାଲ ସୃଷ୍ଟି ହୋଇଯାଇଛି | ଯିବା ଆସିବା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି | କୋଣସି ଦୁର୍ଘଟଣା କିମ୍ବା ମହିଳା ମାନଙ୍କ ପ୍ରସୂତି ପାଇଁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ରୋଗୀଙ୍କୁ ପୋଲ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡୁଛି | ଏହି ସାହି ଠାରୁ ଅଧ କିଲୋମିଟର ଦୂରତା ପୋଲଟି ପଡୁଛି | ତେଣୁ ପ୍ରଶାସନ ଙ୍କୁ ଏହି ଜନବସତି ର ଅଭିଯୋଗ ନୂତନ ପୋଲ ନିର୍ମାଣ କରି ସମସ୍ୟା ଗୁଡିକର ସମାଧାନ ଓ ରାମଗଡ ପଂଚାୟତ ରୁ ରାସ୍ତା ସଂଯୋଗ କରାଯାଉ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: