ହୋଇପାରୁନି ଚନ୍ଦନର ଚିକିତ୍ସା, ସରକାରୀ ସାହାଯ୍ୟ ଅପେକ୍ଷାରେ ପିତାମାତା

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୦୧/୦୩): ବୌଦ୍ଧ, ହରଭଙ୍ଗା ବ୍ଲକ ତିଲେଶ୍ଵର ପଂଚାୟତ ର କୃଷ୍ଣପାଲି ଗ୍ରାମର ଶ୍ରୀକର ମାହାର ଙ୍କ ପୁଅ ଚନ୍ଦନ ମାହାର (୩) | ଜନ୍ମ ରୁ ବିକଳାଙ୍ଗ ଅଜଣା ରୋଗରେ ଆକ୍ରାନ୍ତ |

ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ପୁଅର ଚିକିତ୍ସା ପାଇଁ ଡାକ୍ତର ଖାନାକୁ ନେଇପାରୁ ନାହାନ୍ତି ବାପା | ଦୃଢ଼ ଇଚ୍ଛା ଶକ୍ତି ଥିଲେ ବି ଆର୍ଥିକ ସାଜିଛି ଭଗାରୀ | ତାଙ୍କ ମା ପୁଅର ଚିକିତ୍ସା ପାଇଁ ଭୈରବୀ ସେବା ସଂଗଠନ ସମିତିକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ଜଣାଇ ଥିବାର ସୂଚନା ମିଳୁଛି | ଏଣୁ ପିତା ମାତା ବୌଦ୍ଧ ଜିଲ୍ଲାପାଳ ଓ ପ୍ରଶାସନକୁ ଅନୁରୋଧ ତାଙ୍କ ପୁଅର ଚିକିତ୍ସା ପାଇଁ ଯେକୌଣସି ସରକାରୀ ସାହାଯ୍ୟ କଲେ ତାଙ୍କ କୁନି ପୁଅର ମୁହଁରେ ହସଦେଖି ପାରିବେ ବୋଲି ଆଶା ରଖିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: