ହୃଦ ଘାତରେ ଅବସର ଶିକ୍ଷକଙ୍କ ପରଲୋକ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୫/୦୫): ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋରୀ କର୍ଣ୍ଣଙ୍କ ପରଲୋକ ହୋଇ ଯାଇଛି |

ସେ ଜଣେ ପଂଚାୟତର ଜଣା ଶୁଣା ବିଜ୍ଞ ବ୍ୟକ୍ତି ଥିଲେ | ତାଙ୍କ ଶିକ୍ଷକତା ଭିତରେ ପ୍ରଥମେ ଫିରିଙ୍ଗିଆ ତାପରେ କଣ୍ଟମାଳ, ଟଭାପଦର,ଖଣ୍ଡାହତା, ବେଲପଦର ଓ ଶେଷରେ ପ୍ରଗଳପୁର ପ୍ରାଇମେରୀ ସ୍କୁଲ ରୁ ପ୍ରଧାନ ଶିକ୍ଷକ ପଦ ତୁଲାଇ ଅବସର ନେଇଥିଲେ | ସୂଚନା ନୁଯାଇ ଶ୍ରୀଯୁକ୍ତ କର୍ଣ୍ଣ କିଛିଦିନ ତଳୁ ଅସୁସ୍ଥ ଅବସ୍ଥାରେ ଘରେ ଚିକିତ୍ସା ଧୀନ ଥିଲେ ହଠାତ କାଲି ହୃଦ ଘାତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ହୃଦ ଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରିଥିଲେ |

Welcome to Odisha News24

error: Content is protected !!
%d bloggers like this: