ସାଧାରଣ ଜନତାଙ୍କ ସ୍ୱର

ହୃଦଘାତରେ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୨୮/୦୨): ଲଖମରା ଗ୍ରାମର ଜଗନ୍ନାଥ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମକାନ୍ତ ସୁନାଙ୍କର ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ସ୍କୁଲରେ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ନିଜସ୍ୱ ଘର ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ଦିପ୍ତିପୁର ନିକଟସ୍ଥ ଝୁନଙ୍ଗାପାଲି ଗ୍ରାମରେ | ପ୍ରାରମ୍ଭେ ଶ୍ରୀ ସୁନା ଦିପ୍ତିପୁର ହାଇସ୍କୁଲରେ ଶୀକ୍ଷକତା କରୁଥିଲେ |150025232 2939194749696949 7022426308331854427 o

ତାଙ୍କର ଦୁଇ ପୁଅ, ଗୋଟିଏ ମାତ୍ର ଝିଅ l ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ପରିବାର ବର୍ଗଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ lଖରବ ପାଇ ସଙ୍ଗେ ସଙ୍ଗେ ଘର ଲୋକ ଆସି ମୃତଦେହ ଘରକୁ ନେଇ ଯାଇଥିଲେ । ପୂର୍ବରୁ ଶ୍ରୀ ସୁନାଙ୍କର ଦେହ ଖରାପ ରହୁଥିଲା । ଜଣେ ଅତ୍ୟନ୍ତ ମେଳାପୀ ଓ କର୍ତ୍ତବ୍ୟ ପରାୟଣ, ଛାତ୍ରଛାତ୍ରୀ ମାନଙ୍କ ପ୍ରିୟ ଶିକ୍ଷକ ଭାବରେ ଶ୍ରୀ ସୁନା ପରିଚିତ । ଶ୍ରୀ ସୁନାଙ୍କର ବିୟୋଗ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଶ୍ରୀ ସୁନାଙ୍କର ବିୟୋଗରେ ଅନେକ ଶିକ୍ଷକ ତଥା ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଚୁଡାମଣି ବାରିକ ଶୋକ ବ୍ୟକ୍ତ କରିବା ସହିତ ଶୋକାକୁଳ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି l

Welcome to Odisha News24

%d bloggers like this: