ହାତୀ ଦଳିଦେବାରୁ ୫୫ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ

ରିପୋର୍ଟ: ଧ୍ରୁବରଜ ମିଶ୍ର //
ସୁବର୍ଣପୁର (୬/୫) : ସୋନପୁର ବ୍ଲକ ଚକୋରମାଲ ପଞ୍ଚାୟତ ମଟିଆପଲି ଗାଁ ରେ ଜଣେ ୫୫ବର୍ଷିୟ ବ୍ୟକ୍ତିଙ୍କୁ ହାତୀ ଦଳି ମାଡି ଦେବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ , ଏହି ବ୍ଲକ ଚକୋରମାଲ ପଞ୍ଚାୟତ ମଟିଆପଲି ଗ୍ରାମର ବଳଦେବ ବଗର୍ତ୍ତି (୫୫) ତାଙ୍କ ସାଙ୍ଗ ସାଥିଙ୍କ ସହ ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ ।

କେନ୍ଦୁପତ୍ର ତୋଳୁଥିବା ବେଳେ ଏକ ବଣୁଆ ହାତୀ ସେମାନଙ୍କ ପାଖକୁ ଆସିଥିଲା । ହାତୀକୁ ଦେଖି ଅନ୍ୟମାନେ ପଳାଇଯାଇଥିଲେ । କିନ୍ତ ବଳଦେବ ଯାଇ ପାରି ନ ଥିଲେ । ଯାହା ଫଳରେ ହାତୀ ବଳଦେବ କୁ ଆକ୍ରମଣ କରି ଦଳି ମାରି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏ ବିଷୟରେ ପରିବାର ଲୋକେ ଖବର ପାଇ ଥିଲେ । ବନ ବିଭାଗ ପକ୍ଷରୁ ବଳଦେବଙ୍କ ପରିବାର କୁ ୪୦ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଅପର ପକ୍ଷରେ କିଛିଦିନ ପରେ ତାଙ୍କ ପୁଅର ବାହାଘର ଥିଲାବୋଲି ଜଣାପଡିଛି । ଏହି ଦୁଃଖଦ ଖବର ପାଇଁ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: