ହାତୀର ପାଦ ଚିହ୍ନ ଓ ମଳକୁ ଦେଖି ଅଞ୍ଚଳବାସୀ ଭୟଭୀତ

ରିପୋର୍ଟ -ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୧୩-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ ହାତୀ ର ପାଦ ଚିହ୍ନ ଓ ମଳ କୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇ ରହୁଥିବା ଦେଖିବାକୁ ମିଳିଛି । ୩ ଦିନ ହେବ ପ୍ରାୟ ୧୦ ରୁ ୧୨ ପଟ ହାତୀ ରାତ୍ର ସମୟରେ ଗୁଗୁରୁମାଣ୍ଡି ଗାଁ ନିକଟ ଦେଇ ପେଡିପଦର ,କାଳିଆ ଗୁଡା, ସୁରୁମୁଳି ଗାଁ ପାଖ ଜଙ୍ଗଲ ବୁଲୁଥିବାର ଦେଖିବାକୁ ମିଳିଛି।

ଗାଁର ଲୋକମାନେ କହିଛନ୍ତି ଯେ ହାତୀ ପଲ ସବୁବେଳେ ରାତିରେ ଆସି ଆମ୍ବ ଡାଳ, କଦଳୀ ଗଛ, ପଣଷ ଡାଳ ଭାଙ୍ଗି ଦେଇ ମଳ କରି ପୁଣି ସେହି ରାସ୍ତା ଦେଇ ନାରାୟଣପୁର ପଞ୍ଚାୟତର କୁଆଙ୍ଗ ନିକଟସ୍ଥ ଜଙ୍ଗଲକୁ ଫେରିଯାଉଥିବା ଗ୍ରାମବାସୀ କହିଛନ୍ତି । ବନବିଭାଗର ସଂରକ୍ଷିତ ଜଙ୍ଗଲ ଓ ବିଶାଳଦେବତା ଜଙ୍ଗଲରେ ରହୁଥିବା ଗ୍ରାମବାସୀ ରାଇସିଙ୍ଗି କୁନାକା, କମ୍ବଲୁ ହୁଇକା, ରବି କୁନାକା, ପୁଲୁ ୱାଡକା, ବାଲି କୁନାକା, ପୂର୍ଣ୍ଣ କୁନାକା,ଲକି କୁନାକା କହିଛନ୍ତି । ଏସମ୍ପର୍କରେ ଦାଇତ୍ଵ ତୁଲାଉଥିବା ରାୟଗଡା ରେଞ୍ଜର ଅଶୋକ କୁମାର ପ୍ରଧାନ , ବନବିଭାଗର ବନପାଳ ନରେଶ ପଟ୍ଟନାୟକ ଙ୍କୁ ପଚାରିବାରୁ ସେ କହିଲେ ଯେ ସେହି ଅଞ୍ଚଳରେ ୧୦ ଦିନ ହେବ ହାତୀ ମାନେ ବୁଲୁଛନ୍ତି। ଏଲିଫେଣ୍ଟ ସ୍କ୍ବାର୍ଡ ଏହାର ତଦରଖ କରୁଛନ୍ତି ଏବଂ ପ୍ରତ୍ୟେକ ଦିନ ପେଟ୍ରୋଲିଙ୍ଗ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
%d bloggers like this: