ସାଧାରଣ ଜନତାଙ୍କ ସ୍ୱର

ହରଭଙ୍ଗାରେ ହୋଇ ପାରୁନି ଗୋ ମାତା ଙ୍କ ସୁରକ୍ଷା

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୮/୦୨): ବୌଦ୍ଧ, ହରଭଙ୍ଗା ବ୍ଲକ ଚାରିଛକ ଠାରେ ଦିନ ରାତି ୧୦ରୁ ଅଧିକ ଗାଈ ବାଛୁରୀ ସବୁବେଳେ ବୁଲି ଶୋଇରହୁଛନ୍ତି |ଜାତୀୟ ରାଜପଥ, ଥାନା, ତହସିଲ, ଅଗ୍ନିଶମ ସେବା ଥିବା ଯୋଗୁଁ ଦିନ ରାତି ଯାନବାହାନ ଓ ଜନଗହଳି ପୂର୍ଣ୍ଣ ଛକ ଅଟେଏହି ଚାରିଛକ |

ଗତ ସପ୍ତାହରେ ଏଭଳି ଗୋଟିଏ ଗାଈ ଦୁର୍ଘଟଣା ଘଟି ମୃତ୍ୟୁ ବରଣ କରି ରାସ୍ତା ଉପରେ ତିନିଦିନ ଧରି ପଡିରହିଥିଲା | ସବୁ ପ୍ରକାର ସରକାରୀ ଅଫିସ ଛକ ନିକଟରେ ଥିଲେ ବି ବୁଲା ଗୋ ମାତା ଉପରେ କାହାର ଦୃଷ୍ଟି ପଡୁନାହିଁ | ଏଣୁ ମହୋଦୟ ହରଭଙ୍ଗା ବି. ଡ଼ି. ଓ ଙ୍କୁ ହରଭଙ୍ଗା ବ୍ଲକବାସୀଙ୍କ ଅନୁରୋଧ ଏହି ଗୋ ମାତାଙ୍କୁ ସୁରକ୍ଷା ଦେବା ପାଇଁ କିଛି ପଦକ୍ଷେପ ନିଅନ୍ତୁ |

Welcome to Odisha News24

%d bloggers like this: