ହତ୍ୟା ଘଟଣାରେ ମୃତ ମହିଳାଙ୍କ ପରିଚୟ ମିଳିଲା

ରିପୋର୍ଟ: ରାକେଶ ମହାରଣା //
କବିସୂର୍ଯ୍ୟନଗର (୧୧/୦୨): ଗଂଜାମ ଜିଲ୍ଲା କବିସୂର୍ୟ୍ଯନଗର ଥାନା ଅର୍ଜୁନପଲୀ ଗାଁ କାଜୁ ତୋଟାରୁ ଅଜଣା ମହିଳାଙ୍କ ଶବ ମିଳିବା ଘଟଣାଶବକୁ ଚିହ୍ନଟ କଲେ ମହିଳାଙ୍କ ପରିବାର ବର୍ଗ ଲ ମୃତକ ହେଲେ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ନିକଟସ୍ଥ ବାଉଁଶିଆ ପଲ୍ଲୀ ଅଂଚଳର ଲିଲି ନାଏକ ବୋଲି ଜଣା ପଡିଛି l

ଗତ ରବିବାର ଦିନ ସେ ତାଙ୍କ ସ୍ୱାମୀଙ୍କ ସହ ଯାଇଥିଲେ ସେହିଦିନ ଠାରୁ ସେ ନିଖୋଜ ଥିଲେସ୍ୱାମୀ ବାହାର ରାଜ୍ୟରେ କାମ କରନ୍ତି | ଗତ ଏକ ମାସ ହେଲା ଲିଲି ଓ ତାଙ୍କ ସ୍ୱାମୀ ବାଉଁଶିଆପଲିରେ ରହୁଥିଲେ | ବକେୟା ଟଙ୍କା ମାଗିବା ବାହାନାରେ ସ୍ୱାମୀ ଡାକି ନେଇଥିଲେ ଲିଲିଙ୍କୁ ଗତକାଲି ଲିଲିଙ୍କ ଶବ ମିଳିଥିଲା କାଜୁ ତୋଟାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା l ଲିଲିଙ୍କ ସ୍ୱାମୀ ହିଁ ତାକୁ ହତ୍ୟା କରି ଫୋଫଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ମାଆ ଡମୁଣି ନାୟକ l ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ତାକୁଂ କେହି ହତ୍ୟା କରି ଫୋପାଡି ଦେଇଥିବା ଅନୁମାନ କରାଯାଉଥିଲା । କବିସୂର୍ୟ୍ଯନଗର ଓ ପୋଲସରା ପୋଲିସ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବେଛଦ ପାଇଁ ପଠାଇ ତଦନ୍ତ କରୁଥିବା ବେଳେ ପରିବାର ଲୋକ ଙ୍କୁ ଶବ ହସ୍ତାନ୍ତର କରି ପରିବାର ଲୋକଙ୍କ ଅଭିଯୋଗ ଆଧାର ରେ ତଦନ୍ତ କରୁଛି ପୋଲିସ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: