ସଡ଼କ ସୁରକ୍ଷା ସପ୍ତାହର ଉଜ୍ଜପନୀ ଉତ୍ସବ ପାଳିତ

ୱେବ ରିପୋର୍ଟର : ଶୁଭମ ପାଣି //
ଢେଙ୍କାନାଳ (୨୪/୦୧): ଆଜି (୨୪/୦୧/୨୦୨୧) ଢେଙ୍କାନାଳ ସହରର ମିନିସ୍ଟଡିୟମ ଠାରେ ସଡକ ସୁରକ୍ଷା ସପ୍ତାହର ଉଦଯାପନୀ ଉସ୍ଛବ ଢେଙ୍କାନାଳ ଆଞ୍ଚଳିକ ପରିବହନ ସଂସ୍ଥା ଦ୍ୱାରା ପାଳିତ ହୋଇଯାଇଛି । ଏହି ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ କୋରିନହା ବାଇପାସ ଠାରୁ ଏକ ସାଇକେଲ ରାଲି ବାହାରି ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ଆସିଥିଲା ।

ଏହି ଉସ୍ଛବରେ ରୋଡ଼ ସେପ୍ଟି ଉପରେ ଦାସକାଠିଆ, ଚିତ୍ରଙ୍କନ ଏବଂ ଏକ ନାଟକ ପରିବେଷଣ କରାଯାଇଥିଲା । ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ମାଝୀ ଦେଇଥିଲେ ।ଏହି ଉସ୍ଛବ ରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଜିଲ୍ଳା ଗ୍ରାମ୍ୟ ଉର୍ଣ୍ଣାୟନ ସଂଥାର ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ଯୋଗ ଦେଇଥିଲେ । ଜିଲ୍ଲାପାଳ ମହୋଦୟ ସର୍ବସାଧାରଣଙ୍କ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ବିନୀତ ଅନୁରୋଧ କରିଛନ୍ତି ।ଏହି ସଭାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଜୟୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ପରିଶେଷରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: