ସ୍ୱର୍ଗତ ରାଜୀବ ଗାନ୍ଧୀ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବେ:-ବିନୋଦ ବିଶ୍ୱାଳ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ବରଗଡ଼:(୨୧/୦୫): ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ କଂଗ୍ରେସ ଦଳ ର ମଙ୍ଗୁଆଳ ଶ୍ରୀମାନ ବିନୋଦ ବିହାରୀ ବିଶ୍ବାଳ ଙ୍କ ତତ୍ବାବଧାନରେ ଆଜି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ପାଇକମାଳ ସ୍ଥିତ ଡେଲି ମାର୍କେଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଞ୍ଚଳ ତଥା ବିଭିନ୍ନ ଛକ ରେ ମହାମାରୀ କୋଭିଡକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କୁ ସଚେତନ କରିବା ସହିତ ମାକ୍ସ ବଣ୍ଟନ, ସେନିଟ୍ରାଇଜର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା |

ଏ ଅପରିପ୍ରେକ୍ଷୀ ରେ ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ବିନୋଦ କାଲିଆ, ଅଶ୍ୱିନୀ ପଟେଲ, ବୈବସ୍ଵତ ପ୍ରଧାନ, ପ୍ରାଣବନ୍ଧୁ ଦାଶ, ବିଜୟାନନ୍ଦ ପଟ୍ଟନାୟକ, ମହେନ୍ଦ୍ର ଖୁଣ୍ଟିଆ,ଚନ୍ଦୁଲାଲ ପ୍ରଧାନ, ସୁରେନ୍ଦ୍ର ସାହୁ,ରାଜାରାମ ସାହୁ ପ୍ରମୁଖ ଲୋକଙ୍କୁ ସାମାଜିକ ଦୂରତା ଛିଡ଼ା ହେବାକୁ ପରାମର୍ଶ,ମାକ୍ସ ସଦାସର୍ବଦା ବ୍ୟବହାର, ବାରମ୍ବାର ହାତ କୁ ସାବୁନ ଧୋଇବାକୁ ଲୋକଙ୍କୁ ଅପିଲ କରିବା ସଙ୍ଗେ ସଙ୍ଗେ ବିନା କାମ ରେ ଅଜଥା ଟାରେ ବୁଲାବୁଲି ନ କରିବାକୁ ଜନସାଧାରଣ ଙ୍କୁ ବିନମ୍ର ସହକାରେ ବୁଝାଉଥିବା ଦେଖିବାକୁ ମିଳିଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: