ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ବରଗଡ଼:(୨୧/୦୫): ଭାରତ ବର୍ଷର ମହାନନେତା ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ପଦ୍ମପୁର ସ୍ଥିତ ଜନଗହଳି ପୂର୍ଣ୍ଣ ଭେଉଁରିଆ ଛକ ଠାରେ ଟାଉନ କଂଗ୍ରେସ,ବ୍ଳକ କଂଗ୍ରେସ ର ମିଳିତ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |

ସଂପ୍ରତି ମହାମାରୀ କରୋନା ରୁ ମୁକ୍ତି ପାଇବା ସକାଶେ ଦଳ ର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶ୍ରୀଯୁକ୍ତ ଗୈାତିଆ କୁମାର ସାହୁ ଲୋକଙ୍କୁ କୋଭିଡ ର ଗାଇଡ ଲାଇନ କୁ ମାନି ଚଳିବାକୁ ନିବେଦନ କରିଥିଲେ | ଏପରିପେକ୍ଷୀ ରେ ସାମାଜିକ ଦୂରତା ଏବଂ ମାକ୍ସପରିଧାନ ସମ୍ପର୍କରେ ଏବଂ ବାରମ୍ବାର ହାତ କୁ ସାବୁନ ରେ ଧୋଇବାକୁ ଜନସାଧାରଣ ଙ୍କୁ ଆଇନଜୀବୀ ଶ୍ରୀଯୁକ୍ତ ରାଧା ବଲ୍ଲଭ ପାଣିଗ୍ରାହୀ ବୁଝାଇଥିଲେ | ଏ ଶ୍ରାଦ୍ଧବାର୍ଷିକୀ ଦିବସ କୁ ମନେ ରଖିବା ପାଇଁ କଂଗ୍ରେସ ଦଳ ପଦ୍ମପୁର ପକ୍ଷରୁ ବାଟୋଇ ମାନଙ୍କୁ ମାକ୍ସ ବଣ୍ଟନ,ସେନିଟ୍ରାଇଜର ବଣ୍ଟନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଟାଉନ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ଦାନୀ,ବ୍ଳକ କଂଗ୍ରେସ ସଭାପତି ଚମ୍ପକେଶ୍ୱର ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ,ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ଶତପଥୀ, ଆନନ୍ଦ ପାତ୍ର,ଜୟନ୍ତ ସୁନାନୀ ପ୍ରମୁଖ ଶ୍ରାଦ୍ଧ ଦିବସ ରେ ସୃତିଚାରଣ କରିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: