ସାଧାରଣ ଜନତାଙ୍କ ସ୍ୱର

ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା “ମାେ ଚାଟ ଶାଳୀ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ:ତା ୨୮/୦୨/୨୧): ଲୋକ ବିକାଶ ମଞ୍ଚ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ମାେ ଚାଟ ଶାଳୀ କାର୍ଯ୍ୟ କ୍ରମ ଉଦ୍ଘାଟନ କରା ଯାଇଛି। କୋରନା ମହାମାରୀ ଯୋଗୁଁ ସରକାର ଗତ ୨୦୨୦ ମସିହା ମାର୍ଚ୍ଚ ମାସ ରେ ରାଜ୍ୟ ର ସମସ୍ତ ବିଦ୍ୟାଳୟ କୁ ବନ୍ଦ କରିଦେଲେ।ଏଣୁ ଛାତ୍ର ଛାତ୍ରୀ ନିଜ ଘରେ ରହି ପାଠ ପଢୁଥିବା ବେଳେ ସରକାର ଅନ୍ ଲାଇନ୍ କ୍ଲାସ୍ ଆରମ୍ଭ କରିଥିଲେ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲମତାପୁଟ ବ୍ଲକ ରେ କାର୍ଯ୍ୟରତ ଲୋକ ବିକାଶ ମଞ୍ଚ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ମାେ ଚାଟ ଶାଳୀ କାର୍ଯ୍ୟକ୍ରମ ପାଠ ପ୍ରୟାସ ଆରମ୍ଭ କରା ଯାଇଛି | ଏଭଳି ମହତ୍ କାର୍ଯ୍ୟ କ୍ରମ ଲମତାପୁଟ ବ୍ଲକର ଗୁନେଈପଡା ପଞ୍ଚାୟତର ଖଜୁରିପୁଟ ଗ୍ରାମରୁ ଉଦ୍ଘାଟନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲକର ସମସ୍ତ ପଞ୍ଚାୟତର ୧୦୦ଟି ଗ୍ରାମରେ କରା ଯିବ ବୋଲି ଅନୁଷ୍ଠାନ ର ସଭାପତି ଦାସ କ୍ରିସାନି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗ୍ରାମର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ର ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଶିକ୍ଷା ଦାନ କରାଯିବ । ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ବୈଠକ କରି ଗ୍ରାମର ଜଣେ ଶିକ୍ଷିତ ଯୁବକଙ୍କୁ ଦାୟିତ୍ୱ ଦେବେ ଓ ଏପରି ୧୦୦ଦିନ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ ଶିକ୍ଷା ଦାନ କରିବେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୁନେଈପଡା ସରପଞ୍ଚ ଜମ୍ବବତି ଖିଲ,ସମିତି ସଭ୍ୟରାମଚନ୍ଦ୍ର ପଡାଲ ସହ ଚନ୍ଦ୍ରମା ସୀସା ଉପସ୍ଥିତ ରହି ଏଭଳି କାର୍ଯ୍ୟକୁ ଭୂୟୀୟସି ପ୍ରଶଂସା କରି ପିଲା ମାନଙ୍କ ଭବିଷ୍ୟତ ଗଢିବାରେ ସହାୟକ ହେବ ବୋଲି କହିଥିଲେ । ଏହା ସହିତ ଅନୁଷ୍ଠାନର ବ୍ଲକ ସଭାପତି ଦାସ କ୍ରିସାନି,ସମ୍ପାଦକ ସୁନାଧର କ୍ରିସାନି,ୱାଡ ସଭ୍ୟା ମୂଳା ବତି ପାଙ୍ଗି,ଜଗେଶ୍ବର ଖେମୁନ୍ଦୂ, ସୁନାଧର କ୍ରିସାନି,ସନ୍ତୋଷ କୁମାର ପ୍ରଧାନି, ବୁଦୁ କାମୁଡି,ଶ୍ୟାମ ହନ୍ତାଳ,ଜଗବନ୍ଧୁ ମାଝି,ବଳରାମ ମୁଦୁଲି ଓ ସୁମିତ୍ରା ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।

Welcome to Odisha News24

%d bloggers like this: