ସ୍ବର୍ଗତ ଜିତୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଲେ ଝଂଯା ଯୁବନାଟ୍ୟ ପରିଷଦ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ା (୧୯/୦୫): ଝଂଯା ଯୁବନାଟ୍ୟ ପରିଷଦ ତରଫରୁ, ସ୍ବର୍ଗତ ଜିତୁ ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ସ୍ବର୍ଗତ ଜିତୁ ମହାପାତ୍ର କରୋନା ରୋଗ ରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ସୋମ ହସ୍ପିଟାଲ ରେ ଗତକାଲି ମୃତୁ ବରଣ କରିଛନ୍ତି । ସ୍ବର୍ଗତ ଜିତୁ ମହାପାତ୍ର ଜଣେ ମିଷ୍ଟ ଭାଷୀ ଓକିଲ, ପରୋପକାରୀ, କଳାକାର ଥିଲେ । ତାଙ୍କ ମୃତୁ ର ଖବର ଶୁଣି ରାୟଗଡ଼ା ଅଞ୍ଚଳବାସୀ ମ୍ରିୟମାଣ ହୋଇ ଯାଇଥିଲେ । ଜିତୁ ମହାପାତ୍ରଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଝଂଯା ଯୁବନାଟ୍ୟ ପରିଷଦର ସଭ୍ୟ ଶ୍ରୀ ରାଧା କୃଷ୍ଣ ଦଳାଇ, ସଚ୍ଚିଦାନନ୍ଦ ଖାଡଙ୍ଗା, ବିନାୟକ କର, ମନୋଜ କୁମାର ରଥ, ମନୋଜ କୁମାର ଗନ୍ତାୟତ, ସୁନିଲ କୁମାର କର, ବାବୁଲି ଦୋରା, ଅମୟ କୁମାର ସ୍ବାଇଁ, ଲାବଣ୍ୟ ମୋହନ ପଟ୍ଟନାୟକ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: