ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ବୁଲିଲା ଶ୍ରଦ୍ଧାଞ୍ଜଳି ରଥ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୮/୬): ସଲାବୁଢାର ଅଭିନେତା, ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ ତଥା କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ବିନିକା ପାପକ୍ଷୟ ଲୋକ ମହୋତ୍ସବ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |

ସ୍ଥାନୀୟ ସ୍ପୋର୍ଟ୍ସ କ୍ଲବ ଠାରେ ଧର୍ମରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ସୁଧାଂଶୁ ଶେଖର ଦାଶ, ଉସତ କର, ଜୟମଙ୍ଗଳ ବିଶି, ଧର୍ମେନ୍ଦ୍ର ଥନାପତି, ସୃଜନ ପଣ୍ଡା, ଶେଖର ଶର୍ମା, ହିମାଂଶୁ ଭୂଷଣ ପଣ୍ଡା, ଆନନ୍ଦ ହୋତା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପଣ୍ଡାଙ୍କ ଜୀବନୀ, ମହାନତା ଓ ତାଙ୍କ ନିଖୁଣ ଅଭିନୟ ଉପରେ ଆଲୋକପାତ କରିଥିଲେ | ପରେ କୋଭିଡ ନିୟମ ଅନୁସାରେ ବିନିକା ସହରରେ ଏକ ଶ୍ରଦ୍ଧାଞ୍ଜଳି ରଥ ପରିକ୍ରମା କରି ଗଡ଼ଭିତରର ତାଙ୍କ ବାସଭବନ ସମ୍ମୁଖରେ ଅଟଳବିହାରୀ ପଣ୍ଡା ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ ।ଅଟଳ ବିହାରୀ ପଣ୍ଡା

Welcome to Odisha News24

error: Content is protected !!
%d bloggers like this: