ସ୍ପ୍ରେଡ଼ ପକ୍ଷରୁ ପଜିଟିଭ ଚିହ୍ନଟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା (୩୧/୦୫): ସ୍ପ୍ରେଡ଼ ପକ୍ଷରୁ ପଜିଟିଭ ଚିହ୍ନଟ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ | କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଜାରି ରହିଛି ତାଲାବନ୍ଦ ଏବଂ ସପ୍ତାହାନ୍ତ କଟକଣା | ଏପରି ସ୍ଥଳେ ଦରିଦ୍ର ଏବଂ ଅସହାୟ ଲୋକମାନେ ଦୁଇଓଳି ଦୁଇମୁଠା ଖାଦ୍ୟ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କରୋନା ଆକ୍ରାନ୍ତ ଚିହ୍ନଟ ଗରିବ ପରିବାର ଲୋକଙ୍କ ପାଖରେ ଛିଡା ହୋଇଛି ସ୍ଥାନୀୟ ସ୍ପ୍ରେଡ଼ ସ୍ବେଛାସେବୀ ଅନୁଷ୍ଠାନ |

ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ଅନୁମତି କ୍ରମେ ଅନୁଷ୍ଠାନର ଜିଲ୍ଲା ମୁଖ୍ୟ ବିଦୂତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ କୁନ୍ଦୁରା ଓ ବୈପାରିଗୁଡା ବ୍ଲକର କରୋନା ଆକ୍ରାନ୍ତ ପରିବାର ଲୋକଙ୍କୁ ସାମାଜିକ ଦୂରତା ସହ ଆଲୋଚନା କରି ସ୍ୱାସ୍ଥ୍ୟ ଅବସ୍ଥା ବୁଝିନେଉଛନ୍ତି | ଏବଂ ସେହି ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ଅନୁଷ୍ଠାନ କର୍ମକର୍ତ୍ତା | ପରିବାର ଲୋକଙ୍କୁ ସଚେତନ କରିବାର ଉଦେଶ୍ୟ ଏହା ଯେ, ଏହାପରି ପରିସ୍ଥିତିରେ ନିଜେ ବଂଚିବା ଏବଂ ଅନ୍ୟଙ୍କୁ ବଞ୍ଚାଇବା ବୋଲି ସ୍ପ୍ରେଡ଼ ଅନୁଷ୍ଠାନର ବ୍ଲକ ଲିଡର ସାନୁ ତେନ୍ତୁଳିପଡିଆ ପ୍ରକାଶ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: