ସ୍ତ୍ରୀ ହତ୍ୟାକାରୀ ସାଇରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୯/୦୨): ଏକ ସ୍ତ୍ରୀ ହତ୍ୟା ଘଟଣାରେ ସ୍ୱାମୀ ସାଇରାମ ନାୟକ (୩୦)ଙ୍କୁ ଜିଲ୍ଲା ଓ ଦୌରା ଜଜ ଅଶୋକ କୁମାର ପଣ୍ଡା ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୫୦୦୦ ଟଙ୍କା ଜରିମାନା ଅନା ଦେୟ ଏକ ମାସ ଅଧିକ କାରାଦଣ୍ଡ ଭୋଗିବେ ବୋଲି ରାୟ ଦେଇଛନ୍ତି । ନବରଙ୍ଗପୁର ସହର ଭଗବତୀ ସାହିର ସାଇରାମ ଦଳେଇ ସାହିର କାମେଶ୍ୱରୀ ଭତ୍ରା ମେଟ୍ରିକ ପରୀକ୍ଷା ପରେ ଭଲ ପାଇ ଶାରୀରିକ ସମ୍ପର୍କ ରଖିଥିଲ।

ତାର ଗର୍ଭ ନଷ୍ଟ ନ କରିବାକୁ କହି କମେଶ୍ୱରୀ ଙ୍କୁ ବିବାହ କରିବି ବୋଲି କହି ଟାପ୍ପାକାରିଆ ଗୁଡ଼ାରେ ଏକ ଘରେ ରଖିଥିଲା । ସେଠାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବାରୁ କମେଶ୍ୱରୀ ବାପା ଘରକୁ ଦଳେଇ ସହି ଫେରି ଆସିଥିଲେ । ୨୯ ତାରିଖ ଦିନ ସାଇରାମ ଶଶୁର ଘରକୁ ଯାଇ ତାରାଗାଁ ରେ ଏକ ଘର ଭଡା ନେଇଛି ସେଠାରେ ଆମେ ମିସିକି ରହିବୁ ବୋଲି କହି ଡାକିଥିଲେ । ୨୦୧୮ ଜାନୁଆରୀ ୨୯ ତାରିଖ ଦିନ ୯ଟା ରେ କମେଶ୍ୱରୀ ତାରାଗାଁ ଯାଇଥିଲେ । ସ୍ୱାମୀ ନିର୍ଯ୍ୟାତନା ଦେଉଥିବା ଜାଣି ବାପା ରାତି ୧୦ ଟାରେ ଫୋନ କରି ପଚାରି ବୁଝିଥିଲେ । ଝିଅ କିନ୍ତୁ ତାଙ୍କୁ ଆମେ ଖାଇ ଶୋଇବାକୁ ଯାଉଛୁ ବୋଲି କହିଥିଲେ । ୩୦ତାରିଖ ଦିନ ସାନ ଝିଅର ଶଶୁର କମେଶ୍ୱରୀ ଙ୍କ ବାପାଙ୍କୁ ଜଣାଇଲେ ଯେ କମେଶ୍ୱର ମେଡିକାଲ ରେ ପଡିଛି । ସେ ମେଡିକାଲ ପହଂଚିବା ପରେ ବାପା ଝିଅର ମୃତ୍ୟୁ ଖବର ଶୁଣିଥିଲେ । ସେ ଦେଖିଲେ ଶରୀରରେ ବହୁ ଖ୍ୟତ ବିକ୍ଷତ ଚିହ୍ନ ରହିଥିଲା । ଏହାକୁ ନେଇ ସେ ହତ୍ୟା କରାଯିବା ସନ୍ଦେହ କରିଥିଲେ । ଏହାପରେ ଏ ନେଇ ନବରଙ୍ଗପୁର ଥାନାରେ ୩୧ ତାରିଖ ଦିନ ଏତଲା ଦେଇଥିଲେ । ଏ ନେଇ ପୋଲିସ କେସ ନଂ -୨୪/୨୦୧୮ ରେ ଏକ ମାମଲା ରୁଜୁ କରି ସାଇରାମ କୁ କୋର୍ଟ ଚାଲାଣ କରିଥିଲେ । ପୋଲିସ ଅଭିଯୋଗ କୋର୍ଟରେ ଦାଖଲ କରିବା ପରେ କୋର୍ଟ କେସ ନଂ – ୫୭/୨୦୧୮ ରୁଜୁ ହୋଇ ଘଟଣା ବିଚାରାଧୀନ ରହିଥିଲା । ୨୪ଜଣ ସ।ଖ୍ୟ ପ୍ରମାଣ କୁ ଭିତ୍ତି କରି ଜିଲ୍ଲା ଓ ଦୌରା ଜଜ ଅଶୋକ କୁମାର ପଣ୍ଡା ଅଭିଯୁକ୍ତ ସାଇରାମ କୁ ଆଜୀବନ କାରାଦଣ୍ଡ ସହ ୫୦୦୦ ଟଙ୍କା ଜରିମାନା ଅନାଦେୟ ଏକ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ଆଜି ରାୟ ଦେଇଛନ୍ତି । ଅତିରିକ୍ତ ପୂବ୍ଲିକ ପ୍ରସିକୁଟର ସଚ୍ଚିଦାନନ୍ଦ ସ୍ୱାଇଁ ମାମଲାର ପରିଚାଳନା କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: