ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ଟାର୍ଗେଟ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ବର,ତା୧୫-୧୨) : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ୬ ମିନିଟର ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ମୋ ପ୍ରଶଂସକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି । ଏ ପର୍ଯ୍ୟନ୍ତ ମୁଁ ଚୁପ୍‌ ରହିଆସିଛି। ଏହାକୁ ମୋ ଦୁର୍ବଳତା ଭାବିବା ଉଚିତ ନୁହେଁ। ହେଲେ ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ ବୋଲି ଅନୁଭବ କହିଛନ୍ତି ।

ବର୍ଷାଙ୍କ ପ୍ରତି ଅନୁଭବଙ୍କ ଫ୍ୟାନ୍‌ କ୍ଲବ ଫେସବୁକ୍‌ ପେଜ୍‌ରେ ଖରାପ ମନ୍ତବ୍ୟ ଦେଇଥିଲେ। ଏଥି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବର୍ଷା । ସୋସିଆଲ୍ ମିଡିଆରେ ବର୍ଷା ଓ ଅନୁଭବଙ୍କ ମାମଲା ଉପରେ ଦିଆଯାଉଥିବା ମନ୍ତବ୍ୟ କେବଳ ଚର୍ଚ୍ଚାରେ ହିଁ ସୀମିତ । ଆଇନଗତ ପ୍ରକ୍ରିୟାରେ ଏହାର କୌଣସି ମୂଲ୍ୟ ନାହିଁ ବୋଲି ବର୍ଷାଙ୍କ ଓକିଲ ଗୌତମ ଭୋଳ ଜଣାଇଛନ୍ତି । ତାଙ୍କ କହିବା ଅନୁସାରେ,ଏହି ଦୁଇ ସେଲିବ୍ରିଟିଙ୍କ ମାମଲା ଏବେ କୋର୍ଟରେ ବିଚାରାଧୀନ। ଏହି ସମୟରେ ବର୍ଷା କିମ୍ବା ଅନୁଭବ ଅଥବା କୌଣସି ତୃତୀୟ ପକ୍ଷ ହୁଅନ୍ତୁ ନା କାହିଁକି, ସେମାନେ ଯାହା ପ୍ରତିକ୍ରିୟା ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ରଖୁଛନ୍ତି ତାହା ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିପାରିବ ନାହିଁ। ଏସବୁ କେବଳ ବାକ୍ ଯୁଦ୍ଧ କିମ୍ବା ଶୀତଳ ଯୁଦ୍ଧ ବୋଲି କହିହେବ । ଆଇନଗତ ପ୍ରକ୍ରିୟାରେ ଏହାର କୌଣସି ମୂଲ୍ୟ ନାହିଁ ବୋଲି ଓକିଲ ଭୋଳ କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: